ସୁବର୍ଣ୍ଣପୁର ପୂର୍ବତନ ଡେପୁଟି କଲେକ୍ଟର ନିଲମ୍ବିତ

Get real time updates directly on you device, subscribe now.

ସୋନପୁର,(ବି.ବି.ନୁ୍ୟଜ୍): ସୋନପୁରର ପୂର୍ବତନ ଡେପୁଟି କଲେକ୍ଟର ଈଶ୍ୱରଚନ୍ଦ୍ର ଦାଶଙ୍କୁ ନିଲମ୍ବନ କରାଯାଇଛି । କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କାରଣ ଦର୍ଶାଇ ଶ୍ରୀ ଦାଶଙ୍କୁ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠି କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଶ୍ରୀ ଦାଶ କିଛି ମାସ ପୂର୍ବରୁ ସୁବର୍ଣ୍ଣପୁରରେ ଯାଗ ଦେଇଥିଲେ । ହେଲେ ବିନା ବଦଳି ଆଦେଶରେ ଏଠାରୁ ରିଲିଭ୍ ହୋଇଥିଲେ ।
ପ୍ରକାଶ ଯେ ଗତ ଜୁନ୍ ମାସ ୪ତାରିଖରେ ବିଶୃଙ୍ଖଳିତ ଆଚରଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ ଡେପୁଟି କଲେକ୍ଟର ଶ୍ରୀ ଦାଶଙ୍କୁ ରାଜ୍ୟ ସରକାରଙ୍କ ବଦଳି ଆଦେଶ ବିନା ଏଠାରୁ ରିଲିଭ କରିଥିଲେ । ସଚିବାଳୟର ରାଜସ୍ୱ ବିଭାଗରେ ସେ ତୁରନ୍ତ ଯୋଗଦାନ କରିବେ ବୋଲି ନିଦେ୍ର୍ଧଶ ରହିଥିଲା । ଶ୍ରୀ ଦାଶ ସୁବର୍ଣ୍ଣପୁରରେ ଗତ ମଇ ମାସ ୭ ତାରିଖ ଦିନ ଡେପୁଟି କଲେକ୍ଟର ଭାବେ ଯୋଗ ଦେଇଥିଲେ । ତେବେ ଡିଆରଡିଏ ପିଡିଙ୍କୁ ସହଯୋଗ କରିବା ପାଇଁ ଶ୍ରୀ ଦାସଙ୍କୁ ଜିଲ୍ଲାପାଳ ଡେପୁଟେସନରେ ପଠାଇଥିଲେ । ଉଭୟ ପିଡି ଡିଆରଡିଏ ନୀତିରଂଜନ ସେନ୍ ଏବଂ ଡେପୁଟି କଲେକକ୍ଟର ଶ୍ରୀଯୁକ୍ତ ଦାସ ନୂତନ ଭାବରେ ଜିଲ୍ଲାକୁ ଆସିଥିଭାରୁ ସର୍କିଟ ହାଉସର ରହୁଥିଲେ । ତେବେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ମତଭେଦ ହୋଇଥିବା ମଧ୍ୟ ସେ ସମୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ଡେପୁଟି କଲେକ୍ଟର ଶ୍ରୀ ଦାଶ ବିଭିନ୍ନ ସମୟରେ ବିରିÂ ପ୍ରଶାସନିକ ଅଧିକାରୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ନ କରିବା ଏବଂ ଅସହଯୋଗ କରୁଥିବା ନେଇ ଅଭିଯୋଗ ହୋଇଥିଲ । ଏପରିକି ଏହି ଘଟଣାକୁ ନେଇ ପୁଲିସକୁ ହସ୍ତକ୍ଷପ କରିବାକୁ ମଧ୍ୟ ପଡିଥିଲା । ଏପରିକି ଜୁନ୍ ୧ ତାରିଖରେ ଶ୍ରୀ ଦାଶଙ୍କୁ ସର୍କିଟ ହାଉସରୁ ବାହାର କରି ଦିଆଯାଇଥିଲା । ଏନେଇ ଜିଲ୍ଲାପାଳ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରଧାନ ସଚିବଙ୍କୁ ଚିଠି ଲେଖିବା ସହ ଶ୍ରୀ ଦାଶଙ୍କୁ ଗତ ୪ ତାରିଖ ଦିନ ଏଠାରୁ ରିଲିଭ୍ କରିବା ସହ ତାଙ୍କ ବିରୁଦ୍ଧରେ ଡ୍ରାପ୍ଟ ଚାର୍ଜ ମଧ୍ୟ କରିଥିବା ଜଣାଯାଇଛି । ଏହାପରେ ସଚିବ ଶ୍ରୀ ସେଠି ଚିଠି ସଂଖ୍ୟା ୨୩୪୯୭ରେ ତା ୨୭.୭.୨୦୨୦ ତାଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି । ଏବେ ସେ ରାଜସ୍ୱ ବିଭାଗ ଆଦେଶ ମତେ ଦେବଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରେ ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons