ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଜେପି ଛାଡ଼ି ବିଜେଡିକୁ ଆସିଥିବା ସୁବାସ ଚୌହ୍ୱାନ ହେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲୁ୍ୟଓଡିସି) ଅଧ୍ୟକ୍ଷ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଏହି ପଦବୀରେ ନିଯୁକ୍ତ କରିଛନ୍ତି । ଶ୍ରୀ ଚୌହ୍ୱାନ ହେବେ ଡବ୍ଲ୍ୟଓଡିସିର ଷÂ ଅଧ୍ୟକ୍ଷ ।
ଅତୀତରେ ଏହି ପଦବୀରେ ନରସିଂହ ମିଶ୍ର, ଅଇଁଠୁ ସାହୁ, ନିରଞ୍ଜନ ପଣ୍ଡା, ପଦ୍ମିନୀ ଶେଖର ଦେଓ ଓ କିଶୋର କୁମାର ମହାନ୍ତି ଥିଲେ । ଗତ ୧୮ ଜୁନ୍ରେ କିଶୋରଙ୍କ କାର୍ଯ୍ୟକାଳ ପୂରଣ ହୋଇଥିଲା । ଗତ ଜୁଲାଇ ୨୫ରୁ ଉନ୍ନୟନ କମିଶନର ଏହି ଦାୟିତ୍ୱ ସମ୍ଭାଳି ଆସୁଥିଲେ । ତେବେ ଡବ୍ଲୁ୍ୟଓସିଡି ଅଧ୍ୟକ୍ଷ ପଦବୀ ଉପରେ ବିଜେଡିର ବହୁ ବରିÂ ନେତାଙ୍କ ନଜର ଥିଲା । ଭେଟେରାନ୍ ମଙ୍ଗଳା କିଷାନ, ଅନଙ୍ଗ ଉଦୟ ସିଂହଦେଓ, ପ୍ରମିଳା ବହିଦାର, ବିମ୍ବାଧର କୁଅଁର, ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଭଳି ବହୁ ନେତା ଏଥିପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଥିଲା । ତେବେ ନିର୍ବାଚନ ପୂର୍ବରୁ ବିଜେପିକୁ ବାଏ ବାଏ କରି ବିଜେଡିରେ ସାମିଲ ହୋଇଥିବା ସୁବାସଙ୍କୁ ଏହି ପଦବୀ ଦେଇଛନ୍ତି ନବୀନ ।
ସୁବାସ ବର୍ତ୍ତମାନ ବିଜେଡିରେ ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି । ଗତ ୨୦୧୪ ନିର୍ବାଚନରେ ସୁବାସ ବରଗଡ଼ ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇ ବିଜେଡିକୁ କଡ଼ା ଟକ୍କର ଦେଇଥିଲେ । ମାତ୍ର ଏଥର ନିର୍ବାଚନରେ ଟିକେଟକୁ ନେଇ ଅସନ୍ତୁଷ୍ଟ ହେବା ପରେ ସେ ବିଜେପି ସହ ସମ୍ପର୍କ ଛିନ୍ନ କରି ବିଜେଡିରେ ସାମିଲ ହୋଇଥିଲେ । ସୁବାସଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦବୀ ମିଳିବା ପରେ ଅନ୍ୟ ଆଶାୟୀ ନେତାମାନେ ନିରାଶ ହୋଇଛନ୍ତି ।
Comments are closed, but trackbacks and pingbacks are open.