ସୁମିତଙ୍କ ସ୍ଥାନରେ ଖେଳିଲେ ଗୁରଜନ୍ତ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବ୍ୟୁରୋ): ଶୁକ୍ରବାର ଜାପାନ ବିପକ୍ଷ ସେମି ଫାଇନାଲ ମୁକାବିଲାରେ ମିଡଫିଲ୍ଡର ସୁମିତ ଆହତ ହୋଇଥିଲେ । ତାଙ୍କ ସ୍ଥାନରେ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ ମ୍ୟାଚ୍ରେ ଗୁରଜନ୍ତ ସିଂଙ୍କୁ ଦଳରେ ସାମିଲ କରାଯାଇଥିଲା । ରିଭର୍ସ ଫ୍ଲିକ୍ ଗୋଲ୍ ପାଇଁ ଭାରତୀୟ ଦଳରେ ଗୁରଜନ୍ତଙ୍କ ବେଶ ସୁନାମ ରହିଛି । ଜାପାନ ବିପକ୍ଷ ମ୍ୟାଚ୍ରେ ସୁମିତଙ୍କ ଡାହାଣ ହାତରେ ଗୁରୁତର ଆଘାତ ଲାଗିଥିଲା । ପ୍ରାଥମିକ ଚିକିତ୍ସା ପରେ ଜଣା ପଡ଼ିଥିଲା ଯେ ସେ ଫାଇନାଲ ମ୍ୟାଚ୍ ଖେଳି ପାରିବେ ନାହିଁ । ତେଣୁ ଷ୍ଟାଣ୍ଡ୍ ବାଇ ଗୁରଜନ୍ତଙ୍କୁ ତାଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons