ସୁରକ୍ଷା ବ୍ୟବସ୍ଥା ଢିଲା:ତୃତୀୟ ଥର ଖସିଗଲା କଏଦୀ

Get real time updates directly on you device, subscribe now.

ନୟାଗଡ଼,(ବି.ବି.ନ୍ୟୁଜ୍): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଜେଲ୍ର ବିଚାରାଧୀନ କଏଦୀ ତପନ ରାଉତ(୨୭) ଆଜି ତୃତୀୟ ଥର ପାଇଁ ପୁଲିସ୍ ଆଖିରେ ଧୂଳି ଦେଇ ଚମ୍ପଟ ମାରିଛି । ଭ୍ୟାନ ଭିତରେ ପୁଲିସ୍ କର୍ମଚାରୀ ତାକୁ ଜଗି ବସିଥିବା ବେଳେ ହାତକଡ଼ା ଖସାଇ ସେ ଖସିଯିବାରେ ସକ୍ଷମ ହୋଇଛି । ଏଥିରୁ ନୟାଗଡ଼ ଜିଲ୍ଳାରେ କାର୍ଯ୍ୟରତ ପୁଲିସ କର୍ତ୍ତବ୍ୟରେ କେତେ ଢିଲା ତାହା ସ୍ପଷ୍ଟ ହୋଇଛି ।
ଖବରରୁ ପ୍ରକାଶ ଯେ, ଆଜି ଭାପୁର କୋର୍ଟକୁ ଖଣ୍ଡପଡ଼ା ଜେଲରୁ ୯ଜଣ କଏଦୀଙ୍କୁ ଧରି ଏକ ପୁଲିସ୍ ଭ୍ୟାନ୍ ଯାଇଥିଲା । ଭ୍ୟାନ୍ରେ ୨ ଜଣ ମହିଳା କର୍ମଚାରୀଙ୍କ ସମେତ ୫ଜଣ ପୁଲିସ୍ କଏଦୀଙ୍କୁ ଜଗିଥିଲେ । କୋର୍ଟ କାର୍ଯ୍ୟ ଶେଷ ହେବା ପରେ କଏଦୀମାନଙ୍କୁ ହାତକଡ଼ା ଲଗାଇ ଭ୍ୟାନ୍ ଭିତରକୁ ଅଣାଯାଇଥିଲା । ଏହି ସମୟରେ ଜଣେ ପୁଲିସ୍ କର୍ମଚାରୀ କାଗଜପତ୍ର ଆଣିବାକୁ କୋର୍ଟ ଭିତରକୁ ଯାଇଥିବା ବେଳେ ୨ ଜଣ ଖାଇବା ପାଇଁ ଯାଇଥିଲେ । ଭ୍ୟାନ ଦ୍ୱାର ମୁହଁରେ ଦୁଇ ଜଣ ମହିଳା ପୁଲିସ୍ କଏଦୀମାନଙ୍କୁ ଜଗି ବସିଥିଲେ । ଏମାନଙ୍କ ମଧ୍ୟରୁ ଜଣେ ଫୋନ୍ ଦେଖିବାରେ ବ୍ୟସ୍ତ ଥିଲେ । ଏହି ସୁଯୋଗରେ ତପନ ହାତକଡ଼ାରୁ ହାତକୁ ଧିରେ ଖସାଇ ଆଖି ପିଛୁଳାକେ ଭ୍ୟାନରୁ ଡେଇଁ ଦୌଡ଼ି ପଳାଇଥିଲା । ଏହା ଦେଖି ଦୁଇ ମହିଳା ପୁଲିସ୍ ଚି+ାର କରିଥିଲେ । ହେଲେ ତପନକୁ ଧରିବାରେ କେହି ସକ୍ଷମ ହୋଇ ନଥିଲେ । ତପନ ଏହାକୁ ମିଶାଇ ତୃତୀୟ ଥର ପାଇଁ ଫେରାର ହୋଇଯାଇଛି । ରିପୋର୍ଟ ଲେଖା ହେଲା ବେଳକୁ ତପନକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ।
ସୂଚନାଯୋଗ୍ୟ ଯେ, ଖଣ୍ଡପଡ଼ା ଜେଲ୍ରେ ବିଚାରାଧୀନ କଏଦୀ ଭାବେ ରହିଥିବା ତପନର ଘର ଫତେଗଡ଼ ଥାନା କରବର ଗ୍ରାମ ହାଡୁଆ ସାହିରେ । ଗତ ଜୁନ୍ ୯ତାରିଖରେ ଏକ ବଳାତ୍କାର ମାମଲାରେ ସେ ଖଣ୍ଡପଡ଼ା ଉପକାରାଗାରକୁ ଆସିଥିଲା । ଜୁନ୍ ୧୦ ତାରିଖ ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ତପନ ପାଚେରି ଡେଇଁ ଜେଲ୍ରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲା । ତେବେ ଖଣ୍ଡପଡ଼ା ପୁଲିସ୍ ୧୧ ତାରିଖ ଦିନ ତାକୁ ତା ନିଜ ଘରୁ ଗିରଫ କରି ପୁଣି ଜେଲ ହାଜତକୁ ପଠାଇ ଦେଇଥିଲା । ସେହି ଦିନଠାରୁ ସେ ଜେଲ୍ରେ ରହି ଆସୁଥିବା ବେଳେ ଗତ ୩ ତାରିଖ ସକାଳ ୯ଟା ୫୦ ମିନିଟ୍ ସମୟରେ ପୁଣି ସେ ଜେଲ ପାଚେରି ଡେଇଁ ଦ୍ୱିତୀୟ ଥର ପାଇଁ ଚମ୍ପଟ ମାରିଥିଲା । ଜେଲ୍ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ତାକୁ ଦୁଇଦିନ ପରେ ଫତେଗଡ଼ ଥାନା ଅଞ୍ଚଳରୁ ଧରିବାରେ ସକ୍ଷମ ହୋଇଥିଲେ । ତପନ ଏବେ ତୃତୀୟ ଥର ପୁଲିସ୍ ହେପାଜତରୁ ଚମ୍ପଟ ମାରିବା ଘଟଣା ପ୍ରଚାରିତ ହେବା ପରେ ପୁଲିସର ପାରିବାପଣିଆ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons