ସୁରଟରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ, ଚାଲିଗଲା ଜୀବନ

Get real time updates directly on you device, subscribe now.

ମୟୂରଭଞ୍ଜ, (ଘାଷିରାମ ବେହେରା): ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଞ୍ଚଳରେ ଜଣେ ବ୍ୟକ୍ତି ସୁରଟରୁ ଫେରି ହୋମ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ଆଜି ତାଙ୍କର ମୃତୁ୍ୟ ହୋଇଛି । ମୃତୁ୍ୟର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ବିନା ସୁରକ୍ଷା ସରଞ୍ଜାମରେ ଶବ ସକ୍ରାର ନିମନ୍ତେ ଗ୍ରାମବାସୀ ରାଜି ହେଉ ନାହାନ୍ତି । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ନହଣ୍ଡାଶୋଳ ପଞ୍ଚାୟତ ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି ଗତ ୧୬ ତାରିଖରେ ସୁରଟରୁ ଫେରିଥିଲେ । ଏହାପରେ ସରକାରୀ କ୍ୱାରେଣ୍ଟାଇନ୍ ସେଣ୍ଟରରେ ୭ଦିନ ରହିଥିଲେ । ଗତ ୨୪ ତାରିଖରୁ ଘରକୁ ଆସି ସେ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ । ତାଙ୍କ ନିକଟରେ କରୋନାର କୌରସି ଲକ୍ଷଣ ନଥିବା ବେଳେ ଆଜି ସକାଳେ ସେ ଅଣନିଶ୍ୱାସୀ ଅନୁଭବ କରିଥିଲେ । ଫଳରେ ଘର ବାହାରକୁ ପଳାଇ ଆସିଥିବା ବେଳେ ସେଠାରେ ତାଙ୍କର ମୃତୁ୍ୟ ହୋଇଥିବା ଜଣାଯାଇଛି । ମୃତକଙ୍କ ପରିବାରରେ ୨ଜଣ ମହିଳା ଥିବା ବେଳେ ତାଙ୍କ ପୁଅ ଏବେ ସୁରଟରେ ଥିବା ଜଣାଯାଇଛି । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବେତନଟୀ ଥାନାକୁ ଲିଖିତ ଭାବେ ଜଣାଇଛନ୍ତି । ବାରିପଦାରୁ ଏକ ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତକଙ୍କ ସ୍ୱାବ ସଂଗ୍ରହ କରାଯିବ । ଏହାପରେ ପ୍ରୋଟକଲ ଅନୁଯାୟୀ ସେମାନେ ତାଙ୍କ ଶବ ସସ୍କାର କରିବେ ବୋଲି ବେତନଟୀ ତାଥା ଅଧିକାରୀ ଅଶୋକ କୁମାର ନାୟକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons