ସୁଶାନ୍ତଙ୍କ ପାଇଁ ଆତ୍ମହତ୍ୟା କଲେ ଛାତ୍ରଛାତ୍ରୀ: ଓଡ଼ିଶାରୁ ଜଣେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ବଲିଉଡ଼୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ମୃତୁ୍ୟ ପରେ ସୁଶାନ୍ତଙ୍କ ଫ୍ୟାନ ବା ପ୍ରଶଂସକମାନଙ୍କୁ ଶକ୍ତ ଧକ୍କା ଲାଗିଛି । ତାଙ୍କ ମୃତୁ୍ୟ ଖବରକୁ ଫ୍ୟାନ୍ସ ଏଯାଏ ସହଜରେ ଗ୍ରହଣ କରିପାରୁନାହାନ୍ତି । ସୁଶାନ୍ତଙ୍କ ମୃତୁ୍ୟରେ ଭାଙ୍ଗି ପଡିଥିବା ଫ୍ୟାନ୍ସ ଆତ୍ମହତ୍ୟା କରୁଥିବା ଖବରଏବେ ସାରା ଦେଶରେ ଚହଳ ପକାଇଛି । ସୁଶାନ୍ତଙ୍କ ମୃତୁ୍ୟକୁ ୫ ଦିନ ନ ପୁରୁଣୁ ଉତ୍ତରପ୍ରଦେଶ, ବିହାର ଓ ଓଡ଼ିଶାକୁ ମିଶାଇ ୪ ଜଣ ସ୍କୁଲ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଜଣେ ୨୦ ବର୍ଷୀୟ ଯୁବତୀ ବେକରେ ରଶି ଲଗାଇ ସୁଶାନ୍ତଙ୍କ ପାଇଁ ଆତ୍ମହତ୍ୟା କରିଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଯୁବତୀ ଜଣକ ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ସୁଶାନ୍ତଙ୍କ ପରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିବେ ବୋଲି ପରିବାର ଲୋକଙ୍କୁ କହିଥିବା ଜଣାପଡିଛି । ଏହିପରି ଏକ ସମାନ ଘଟଣା ଉତ୍ତରପ୍ରଦେଶ ବରେଲୀରେ ମଧ୍ୟ ଦେଖିବାକୁ ମିଳିଥିଲା । ସୁଶାନ୍ତଙ୍କ ମୃତୁ୍ୟ ଖବର ଟିଭିରେ ଦେଖିବା ସଂଗେ ସଂଗେ ଜଣେ ଛାତ୍ରର ବେକରେରଶି ଲଗାଇ ଆତ୍ମହତ୍ୟା କରିଥିଲେ । ପରେ ଛାତ୍ର ଜଣକ ସୁଇସାଇଡ୍ ନୋଟ୍ରେ ଲେଖିଥିଲେ, ଯଦି ଅଭିନେତା ସୁଶାନ୍ତ ସିଂହ ରାଜପୁତ ଡିପ୍ରେସନ୍ ଯୋଗୁଁ ଆତ୍ମହତ୍ୟା କରିପାରୁଛନ୍ତି, ତେବେ ମୁଁ କାହିଁକି ନୁହେଁ? ସେହିପରି ବିହାର ପାଟଣାର ଜଣେ୧୭ ବର୍ଷୀୟ ଝିଅ ସୁଶାନ୍ତଙ୍କ ପାଇଁ ଆତ୍ମହତ୍ୟା କରିଥିବା ମାମଲା ଦାୟର ହୋଇଥିଲା । ପରିବାର ଲୋକଙ୍କ କହିବା ଅନୁଯାୟୀ ଦଶମ ଶ୍ରେଣୀରେ ପଢ଼ୁଥିବା ଇଶିକା କୁମାରୀ ପରୀକ୍ଷା ରେଜଲ୍ଟକୁ ନେଇ ଚିନ୍ତାରେ ରହିଥିଲେ । ରବିବାର ସନ୍ଧ୍ୟାରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ହୋଇଥିବା ଜାଣିବା ପରେ ସୋସିଆଲ ମିଡିଆ ଓ ଟିିଭିରେ ବାରମ୍ବାର ଏହି ଖବରକୁ ଦେଖି ସୁଃଖରେଭାଙ୍ଗି ପଡିଥିଲେ । ପରେ ପରିବାର ଲୋକ ଇଶିକାଙ୍କୁ ବେକରେ ଶାଢ଼ୀ ଲଗାଇ ଫ୍ୟାନ୍ରେ ଝୁଲି ପଡିଥିବା ଦେଖିବାକୁ ପାଇଥିଲେ । ଇଶିକାଙ୍କ ପୋଷ୍ଟ ମଟମ ରିପୋର୍ଟ ଆସିବା ପରେ ପୋଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରିଥିଲା । ଏହିପରି ଏକ ସମାନ ଘଟଣା କଟକରେ ମଧ୍ୟ ଦେଖାଯାଇଛି । ଜଣେ ନବମ ଶ୍ରେଣୀର ଛାତ୍ରୀ ସୁଶାନ୍ତଙ୍କ ମୃତୁ୍ୟ ଚାରି ଦିନ ପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁସାରେ ଏହି ୧୪ ବର୍ଷୀୟ ଛାତ୍ରୀଜଣକ ସରସ୍ୱତୀ ଶିଶୁ ମନ୍ଦିରରେ ପଢ଼ୁଥିଲେ ଏବଂ ସୁଶାନ୍ତଙ୍କ ମୃତୁ୍ୟ ଖବର ଶୁଣିବା ପରେ ଡିପ୍ରେସନରେ ରହିଥିଲେ । ଗତକାଲି ଘରେ କେହି ନଥିବାର ସୁଯୋଗ ନେଇ ଛାତ୍ରୀ ଜଣକ ଫ୍ୟାନ୍ରେ ଝୁଲି ପଡିଥିବା ଜଣାପଡିଛି । ଏହି ମାମଲାକୁ ନେଇ ପୋଲିସ ତଦନ୍ତ ଜାରି ରହିଛି । ତେବେ ଏଠାରେଆମେ କହିରଖୁଛୁ , ଆତ୍ମହତ୍ୟା କୌଣସି ସମାଧାନର ବାଟ ନୁହେଁ । ସମସ୍ୟା ସହିତ ଲଢ଼ି, ଏହାର ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥିରେ ଅଧିକ ନାବାଳକ ନାବାଳିକା ରହିଥିବାରୁ ପିଲା କିପରି ମାନସିକ ଚାପରୁ ଦୂରେଇ ରହିବେ ଅଭିଭାବକ ଯନôବାନ ହେବା ଉଚିତ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons