ସୁଷମା ସ୍ୱରାଜ ପଞ୍ଚଦଶ ଲୋକସଭାରେ ବିରୋଧୀ ଦଳ ନେତା

Get real time updates directly on you device, subscribe now.

୨୦୦୯ରେ ଅନୁଷ୍ଠିତ ପଞ୍ଚଦଶ ଲୋକସଭା ନିର୍ବାଚନରେ ସୁଷମା ମଧ୍ୟ ପ୍ରଦେଶର ବିଦିଶା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ତାଙ୍କୁ ଅଧିକ ୪,୦୦,୦୦୦ ଭୋଟ୍ ମିଳିଥିଲା । ୨୦୦୯ ଡିସେମ୍ବର ୨୧ରେ ଲାଲକୃଷ୍ଣ ଆଡଭାନୀଙ୍କ ସ୍ଥାନରେ ସେ ପଞ୍ଚଦଶ ଲୋକସଭାରେ ବିରୋଧୀ ଦଳ ନେତା ହୋଇଥିଲେ । ୨୦୧୪ ମେ ମାସ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ସୁଚାରୁ ରୂପେ ସମ୍ଭାଳିଥିଲେ । ୨୦୧୪ରେ ବିଜେପି ଲୋକସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିଲା ।
ବୈଦେଶିକ ମନ୍ତ୍ରୀ ହେଲେ
୨୦୧୪ରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ବିଜେପି ବିଜୟୀ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ସେ ଭାରତର ବୈଦେଶିକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ୨୦୧୯ ମେ ପର୍ଯ୍ୟନ୍ତ ସୁଷମା ଏହି ଦାୟିତ୍ୱକୁ ଅତି ଦକ୍ଷତାର ସହ ନିର୍ବାହ କରିଥିଲେ । ତାଙ୍କୁ ଜଣେ ପ୍ରଭାବଶାଳୀ ନେତା ଭାବେ ବିବେଚନା କରାଯାଉଥିଲା । ଅନ୍ତର୍ଜାତୀୟ ଫୋରମ୍ରେ ସେ ନିଜର ଦବ୍ଦବା ଦେଖାଇ ପାରୁଥିଲେ । ମୋଦି ସରକାରଙ୍କ ବୈଦେଶିକ ନୀତି ପ୍ରସ୍ତୁତିରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଇନ୍ଦିରା ଗାନ୍ଧୀଙ୍କ ପରେ ଦେଶର ଦ୍ୱିତୀୟ ମହିଳା ଭାବେ ସେ ଏହି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ସମ୍ଭାଳିଥିଲେ ।
ସୁଷମାଙ୍କ ପରିବାର
୧୯୭୫ ଜୁଲାଇ ୧୩ରେ ଅର୍ଥାତ୍ ଜରୁରିକାଳୀନ ପରିସ୍ଥିତି ବେଳେ ସୁଷମା ସ୍ୱରାଜ ସୁପ୍ରିମକୋର୍ଟ ଓକିଲ ସ୍ୱରାଜ କୌଶଲଙ୍କୁ ବିବାହ କରିଥିଲେ । ଜରୁରିକାଳୀନ ସ୍ଥିତି ବେଳେ ବିଜେପି ପକ୍ଷରୁ ଜାରି ରହିଥିବା ଆନ୍ଦୋଳନ ହିଁ ଉଭୟଙ୍କୁ ଏକାଠି କରିଥିଲା । ସ୍ୱରାଜ କୌଶଲ ଏବେ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ ଭାବେ କାର୍ଯ୍ୟ କରୁଛନ୍ତି । କୌଶଲ ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ମିଜୋରାମର ରାଜ୍ୟପାଳ ରହିଥିଲେ । ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସେ ସାଂସଦ ମଧ୍ୟ ରହିଥିଲେ । ସ୍ୱରାଜ ଦମ୍ପତିଙ୍କର ଏକ କନ୍ୟାସନ୍ତାନ ଅଛନ୍ତି, ଯେ କି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି । ସୁଷମାଙ୍କ ଭଉଣୀ ବନ୍ଦନା ଶର୍ମା ହରିୟାନାସ୍ଥିତ ଏକ ସରକାରୀ ମହିଳା ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଜଣେ ସହକାରୀ ପ୍ରଫେସର ରହିଛନ୍ତି । ତାଙ୍କ ଭାଇ ଡ. ଗୁଲଶନ ଶର୍ମା ଅମ୍ବାଲାରେ ଜଣେ ଆୟୁର୍ବେଦ ଡାକ୍ତର ଅଛନ୍ତି ।
୨୦୧୬ରେ କିଡ୍ନି ପ୍ରତିରୋପଣ
ସୁଷମା ୨୦୧୬ରେ କିଡ୍ନି ରୋଗରେ ଆକ୍ରାନ୍ତ ହୋଇଥିଲେ । ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା । ଏହାପରେ ୨୦୧୬ ଡିସେମ୍ବର ୧୦ ତାରିଖରେ ତାଙ୍କର କିଡ୍ନି ପ୍ରତିରୋପଣ ହୋଇଥିଲା । ଅସ୍ତ୍ରୋପଚାର ସଫଳ ହୋଇଥିଲା । କିନ୍ତୁ ୨୦୧୯ ବେଳକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପୁଣି ଅବନତି ଦେଖାଦେଇଥିଲା । ସ୍ୱାସ୍ଥ୍ୟାବସ୍ଥା ଖରାପ କାରଣରୁ ସେ ଲୋକସଭା ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କର ଏହି ନିଷ୍ପତ୍ତି ସହଜ ନଥିଲା । ଏହାକୁ ନେଇ ବେଶ୍ ଚର୍ଚ୍ଚା ବି ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons