ସୂଚନା ଅଧିକାର କର୍ମୀଙ୍କ କାର୍ ଉପରକୁ ବୋମାମାଡ଼

Get real time updates directly on you device, subscribe now.

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଇମାମନଗର ନିକଟରେ କିଛି ଦୁର୍ବୃତ୍ତ ବୋମା ମାଡ଼ କରିଥିବା ଜଣାପଡ଼ିଛି । ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହେରାଙ୍କ ଗାଡି ଉପରକୁ ବୋମା ମାଡ ହୋଇଥିବାଖବର ମିଳିଛି ।
ସୂଚନା ଅନୁସାରେ ସର୍ବେଶ୍ୱର ଅଷ୍ଟପ୍ରହରିରେ ଯୋଗ ଦେଇ ଘରକୁ ଫେରୁଥିଲେ । ଏହି ସମୟରେ ଦୁର୍ବୁତ୍ତମାନେ ତାଙ୍କ ଗାଡ଼ି ଉପରକୁ ତିନୋଟି ବୋମା ମାଡ କରିଥିଲେ । ଏଥିରେ ସର୍ବେଶ୍ବର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ସହ ଥିବା ସୁଶାନ୍ତ ବେହେରା ମଧ୍ୟ ଆହତ ହୋଇ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons