ସୂର୍ଯ୍ୟମନ୍ଦିର ପରିଦର୍ଶନ କଲେ କେନ୍ଦ୍ର ରେଳଯାତ୍ରୀ ସେବା କମିଟି ଅଧ୍ୟକ୍ଷ

Get real time updates directly on you device, subscribe now.

କୋଣାର୍କ,(ବି.ବି.ନ୍ୟୁଜ୍): ଗୁରୁବାର ପୂର୍ବାହ୍ନ ୧୦ଟାରେ କେନ୍ଦ୍ର ରେଳଯାତ୍ରୀ ସେବା କମିଟି ଅଧ୍ୟକ୍ଷ ରମେଶ ଚନ୍ଦ୍ର ରତ୍ନ ଏବଂ ୫ଜଣ ସଦସ୍ୟ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିଲେ । ଏଠାରେ ପହଞ୍ôଚବା ପରେ ପ୍ରଥମେ ସୂର୍ଯ୍ୟମନ୍ଦିର ମୁଖ୍ୟ ଦ୍ୱାରରେ ବିଜେପି କୋଣାର୍କ ମଣ୍ଡଳ ଓ କୋଣାର୍କ ପ୍ରେସ କ୍ଲବ ପକ୍ଷରୁ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ସ୍ୱାଗତ କରାଯାଇଥିଲା । ଗାଇଡ୍ ସୂର୍ଯ୍ୟମଣି ମଲ୍ଲ ମନ୍ଦିର ଇତିହାସ ସମ୍ପର୍କରେ ଟିକିନିଖି ବୁଝାଇଥିଲେ । ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ଶ୍ରୀ ରତ୍ନ ଓ ସଦସ୍ୟମାନେ ବିମୋହିତ ହୋଇଥିଲେ । ପୁରୀ-କୋଣାର୍କ ରେଳପଥ ସଂଯୋଗ ପାଇଁ କମିଟି ଅଧ୍ୟକ୍ଷ ଶ୍ରୀ ରତ୍ନଙ୍କୁ ବିଜେପି କର୍ମକର୍ତ୍ତା, ପ୍ରେସ କ୍ଲବ ସଦସ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ବିଷୟରେ ସେ ବିଚାରବିମର୍ଶ କରିବେ ବୋଲି ଶ୍ରୀ ରତ୍ନ କହିଥିଲେ । ଏହି ଗସ୍ତ ସମୟରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons