ସୂର୍ଯ୍ୟମନ୍ଦିର ପରିଦର୍ଶନ କଲେ ଶ୍ରୀଲଙ୍କା ହାଇକମିଶନର

Get real time updates directly on you device, subscribe now.

କୋଣାର୍କ(ବି.ବି.ନ୍ୟୁଜ୍): ଭାରତରେ ଅବସ୍ଥାପିତ ଶ୍ରୀଲଙ୍କାର ହାଇକମିଶନର ଅଷ୍ଟିନ ଫର୍ଣ୍ଣାଣ୍ଡୋ ଆଜି ସପରିବାରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିଲେ । ଅପରାହ୍ଣ ୪ଟାରେ ଏଠାରେ ପହଞ୍ôଚବା ପରେ ପ୍ରଥମେ ଆଇଓଏଫ୍ ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିଥିଲେ । ପରେ ସୂର୍ଯ୍ୟମନ୍ଦିର ଭିତରକୁ ଯାଇଥିଲେ । ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଶ୍ରୀ ଫର୍ଣ୍ଣାଣ୍ଡୋ ତାଙ୍କ ମୋବାଇଲ୍ରେ ସୂର୍ଯ୍ୟମନ୍ଦିରର ଫଟୋ ଉଠାଇବା ସହିତ ମନ୍ଦିର ସମ୍ପର୍କରେ ପଚାରି ଥିଲେ । ମନ୍ଦିର ପରିସରରେ ପ୍ରାୟ ଏକ ଘଣ୍ଟା ବିତାଇବା ପରେ ଶ୍ରୀ ଫର୍ଣ୍ଣାଣ୍ଡୋ ଫେରିଥିଲେ । ଏହି ଗସ୍ତ ସମୟରେ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । କୋଣାର୍କ ପୁଲିସ ପକ୍ଷରୁ ଶ୍ରୀଲଙ୍କା ହାଇକମିଶନରଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons