ସେକ୍ସ କୁଇନ୍ ଦିଦି ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସେକ୍ସ କୁଇନ୍ ଅଞ୍ଜଳି ଦିଦିକୁ ମଙ୍ଗଳବାର କ୍ରାଇମ୍ବ୍ରାଞ୍ଚ ପୁଲିସ୍ ଗିରଫ କରିଛି । ଦିଦି ଖାଲି ରାଜ୍ୟ ନୁହେଁ ଦେଶ ବାହାରୁ ବିଦେଶୀ ଲଳନାଙ୍କୁ ଜାଲରେ ଫସାଇ ଓଡ଼ିଶାର ପ୍ରମୁଖ ସହରରେ ସେକ୍ସ ପଏଣ୍ଟ୍ ଖୋଲିଥିଲା । ଦୀର୍ଘ ଦିନ ଧରି ପୁଲିସ୍ ଫାଇଲ୍ରେ ମୋଷ୍ଟ ୱାଣ୍ଟେଡ୍ ଥିଲା ଦିଦି । ହେଲେ ପୁଲିସ୍କୁ ତାକୁ ଧରି ପାରିନଥିଲା ।
ଆଜି କିନ୍ତୁ ନାଟକୀୟ ଢଙ୍ଗରେ କ୍ରାଇମ୍ବ୍ରାଞ୍ଚ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍ଟିଏଫ୍) ଦିଦିର ମୁଖ୍ୟ ଆଡ୍ଡାରେ ପଞ୍ଝା ମାରିଥିଲା । ଦିଦି ଓ ତାର କଥାକଥିତ ସ୍ୱାମୀ ତଥା ବୟଫ୍ରେଣ୍ଡ ସେକ୍ ଇବ୍ରାହିମ୍ଙ୍କୁ ଗିରଫ କରିବା ସହ ୬ ଜଣ ବାଂଲାଦେଶୀ ରୂପଜୀବୀଙ୍କୁ ଧରିଛି । ଦିଦି ପୁରୁଣା ଭୁବନେଶ୍ୱରର ଗୋସାଗରେଶ୍ୱର ଅଞ୍ଚଳରେ ଚଳାଇଥିଲା ସେକ୍ସ କର୍ପୋରେଟ୍ ଅଫିସ୍ । ଏଇ ଅଫିସ୍ରୁ କଣ୍ଟେ୍ରାଲ୍ ହେଉଥିଲା ପୂରା ସେକ୍ସ ସାମ୍ରାଜ୍ୟ । ବାଂଲାଦେଶୀ ଲଳନାଙ୍କୁ ଦେହ ବେପାରରେ ଲଗାଇ ଲକ୍ଷ ଲକ୍ଷ ଟଙ୍କା ମୁନାଫା କମାଉଥିଲା ଦିଦି । ୨୦୧୯ ନଭେମ୍ବରରେ ଦିଦି ୧୦୦ରୁ ଅଧିକ ବାଂଲାଦେଶୀ ରୂପଜୀବୀଙ୍କୁ ଆଣି ଭୁବନେଶ୍ୱର, କଟକ ଓ ପୁରୀରେ ଖରାପ କାର୍ଯ୍ୟରେ ଲଗାଇଥିଲେ । ୨୦ରୁ ୨୫ ବର୍ଷ ଯୁବତୀଙ୍କ ସଂଖ୍ୟା ଥିଲା ଅଧିକ । ପ୍ରତି ଯୁବତୀଙ୍କ ଠାରୁ ଦିନକୁ ୫ ଶହରୁ ହଜାର ଟଙ୍କା ବଟି ଆକାରରେ ନେଉଥିଲା ।

ଏ ବିଷୟରେ ପୁଲିସ୍ କି ଗୁଇନ୍ଦା କାହା ପାଖରେ ଖବର ନଥିଲା । ଘଟଣା ବିଷୟରେ କିଛି ବାର୍ ମାଲିକ ଜାଣିଥିଲେ । ସେମାନେ ବି ପୁଲିସ୍କୁ ଜଣାଇ ନଥିଲେ । ୨୦୧୯ ଡିସେମ୍ବରେ ୧୬ ତାରିଖରେ ଦିଦିଙ୍କ କଥାରେ ଜଣେ ଗ୍ରାହକଙ୍କ ପାଖକୁ ଯାଇଥିଲେ ବାଂଲାଦେଶୀ ଯୁବତୀ । ଦଲାଲ ରାଜା ସଂପୃକ୍ତ ବାଂଲା ଯୁବତୀଙ୍କୁ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ‘ନୁ୍ୟ ଆଶୀର୍ବାଦ ହୋଟେଲ୍’ରେ ଛାଡ଼ିଥିଲେ । ଉକ୍ତ ହୋଟେଲ୍ର ୨ କର୍ମଚାରୀ ମିଥୁନ୍ କୁମାର ସ୍ୱାଇଁ ଓ ବିଶ୍ୱନାଥ ପାତ୍ର ଓରଫ ଲିପୁଙ୍କ ସହ କୌଣସି କାରଣରୁ ବାଂଲା ଯୁବତୀଙ୍କ ପାଟିତୁଣ୍ଡ ହୋଇ କଥା ଥାନାକୁ ଯାଇଥିଲା । ଥାନାରେ ପୁଲିସ ଯୁବତୀଙ୍କ ପରିଚୟ ମାଗିଥିଲା । ଯୁବତୀ ପଶ୍ଚିମବଙ୍ଗ ଠିକଣାର ଏକ ଆଧାର କାର୍ଡ ଦେଇଥିଲେ । ଉକ୍ତ କାର୍ଡ ଯାଞ୍ଚ ପରେ ତାହା ନକଲି ବୋଲି ପୁଲିସ ଜାଣିବାକୁ ପାଇଥିଲା । ଏହା ପରେ ସୀକ୍ଷାଙ୍କୁ ସୁଧାର ଗୃହରେ ଛାଡି ଘଟଣାର ଅଧିକ ତଦନ୍ତ ପାଇଁ କୋଲକାତା ପୁଲିସ ସହଯୋଗ ନେଇଥିଲା । ସେଥିରୁ ଜଣା ପଡିଥିଲା ଯୁବତୀ ବାଂଲାଦେଶୀ । ବିନା ପାସ୍ ପୋର୍ଟ ଓ ଭିସାରେ ଓଡ଼ିଶାରେ ରହଛି । ତା’ସହ ଅନେକ ଯୁବତୀ ଆସିଛନ୍ତି । ଏହାପରେ ପୁଲିସ୍ ଆରମ୍ଭ କରିଥିଲା ତନାଘନା । ଏହି ସମୟରେ ଦିଦିଙ୍କ ସଂପୃକ୍ତି ପଦାକୁ ଆସିଥିଲା ।

ବରିÂ ପୁଲିସ୍ ଅଧିକାରୀମାନେ ଏହି ଘଟଣା ଉପରେ ନଜର ରଖିବାକୁ ଏସ୍ଟିଏଫ୍କୁ ନିଦେ୍ର୍ଧଶ ଦେଇଥିଲେ । ଏହାପରେ ଏସ୍ଟିଏଫ୍ ଦିଦିଙ୍କୁ ଧରିବା ପାଇଁ ବିଭିନ୍ନ ଆଡେ ଜାଲ ବିଛାଇ ଥିଲା । ହେଲେ କିଛି ଟେର ମିଳି ନଥିଲା । ଗତ ସପ୍ତାହରେ ଏସ୍ଟିଏଫ୍ ଜାଣିବାକୁ ପାଇଥିଲା ପିପିଲି ଦାନଗୋହିରିରେ ଦିଦି ରହୁଛି । ଏହି କାମରେ ଦିଦିଙ୍କୁ ସହଯୋଗ କରୁଛି ତାଙ୍କ କଥା କଥିତ ସ୍ୱାମୀ ଇବ୍ରାହିମ୍ । ଅଧିକ ତଦନ୍ତ ପରେ ଜଣା ପଡ଼ିଥିଲା ଦିଦି ପୁରୁଣା ଭୁବନେଶ୍ୱର ଗୋସାଗରେଶ୍ୱର ଅଞ୍ଚଳରେ ଥିବା ଏକ ଘରେ ଲଳନାଙ୍କୁ ରଖି ଦେହ ବେପାର କରୁଛି ।
ପୂର୍ବ ଯୋଜନା ମୁତାବକ ମଙ୍ଗଳବାର ଦିନ ଏସ୍ଟିଏଫ୍ ଗୋସାଗରେଶ୍ୱର ଅଞ୍ଚଳରେ ଥିବା ଉକ୍ତ ଘରେ ଚଢ଼ଉ କରିଥିଲା । ସେଠାରୁ ୬ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ତେବେ ଏହି ସମୟରେ ଜଣେ ଗ୍ରାହକ କୋଠା ଉପରୁ ତଳେ ଥିବା ଏକ କୂଅକୁ ଡେଇଁ ପଡିଥିଲେ । ତାଙ୍କୁ ପୁଲିସ୍ ଉଦ୍ଧାର କରି ହସ୍ପିଟାଲ୍ରେ ଭର୍ତ୍ତି କରିଛି । ତେବେ ଚଢ଼ଉ ସମୟରେ ଉକ୍ତ ଘର ସମ୍ମୁଖରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା । ରାସ୍ତାରେ ଟ୍ରାଫିକ୍ ଅଣାୟତ ହୋଇଥିଲା । ବହୁ କଷ୍ଟରେ ଲୋକମାନଙ୍କୁ ହଟାଇଥିଲା ପୁଲିସ୍ ।

ଏସ୍ଟିଏଫ୍ର ବରିÂ ଅଧିକାରୀ କିହିଛନ୍ତି, ଏମାନଙ୍କ ଚେର କେତେ ପର୍ଯ୍ୟନ୍ତ ଲମ୍ବିଛି ତାହା ଜାଣିବା ପାଇଁ ଏହି ଦୁଇ ଜଣଙ୍କୁ ରିମାଣ୍ଡରେ ଅଣାଯିବ । ସେପଟେ କମିଶନରେଟ୍ ପୁଲିସ୍ କହିଛି, ଘର ମାଲିକ ଯଦି ଜାଣିଶୁଣି ଏହି ଘର ଦେହ ବେପାର ପାଇଁ ଲଗାଇଥିବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁÂାନ ନିଆଯିବ । ଉକ୍ତ ଘରକୁ ବେଶ୍ୟାଳୟ ଘୋଷଣା କରାଯିବ । ତା’ଛଡା କ’ଣ ପାଇଁ ମାଲିକ ଭଡାଟିଆଙ୍କ ତଥ୍ୟ ଥାନାରେ ଦେଇ ନଥିଲେ ସେ ନେଇ ତାଙ୍କୁ ନୋଟିସ୍ ମଧ୍ୟ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons