ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଉନ୍ନାଓ ବଳାକ୍ରାର ମାମଲାରେ ଦୋଷୀସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ବିଜେପିରୁ ବହିଷ୍କୃତ ନେତା କୁଲଦୀପ ସିଂ ସେନ୍ଗର ପୀଡ଼ିତାଙ୍କ ପିତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୧୦ ବର୍ଷରେ କାରଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଦିଲ୍ଲୀର ତିସ ହଜାରି କୋର୍ଟ ସେନ୍ଗରଙ୍କ ସମେତ ବାକି ୭ ଜଣ ଦୋଷୀଙ୍କୁ ମଧ୍ୟ ୧୦ ବର୍ଷ ଲେଖାଏଁ କାରଦଣ୍ଡରେ ଦଣ୍ଡିତ କରିଛନ୍ତି । ସେମାନଙ୍କୁ ୧୦-୧୦ ଲକ୍ଷ ଟଙ୍କାର ଜରିମାନା ପୈଠ କରିବାକୁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି । ସେନ୍ଗାରଙ୍କ ଭାଇ ଅତୁଲ ସିଂହ ଏବଂ ୟୁପି ପୁଲିସର ୨ ବରିÂ ଅଧିକାରୀ, ଜଣେ ଏସ୍ଏଚ୍ଓ, ଜଣେ ସବ-ଇନ୍ସ୍ପେକ୍ଟର ମଧ୍ୟ ଦଣ୍ଡିତ ହୋଇଛନ୍ତି । ଏହାପୂର୍ବରୁ ଗୁରୁବାର କୋର୍ଟରେ ଦଣ୍ଡବିଧାନର ଶୁଣାଣି ସମୟରେ ସେନଗାନର ନିଜକୁ ନିଦେ୍ର୍ଧାଷ ବୋଲି ଯୁକ୍ତି ବାଢ଼ିଥିଲେ । କହିଥିଲେ, ପୀଡ଼ିତାଙ୍କ ପିତାଙ୍କୁ ହତ୍ୟା ମାମଲାରେ ମୋର ଆଦୌ ବି ସମ୍ପୃକ୍ତି ନାହିଁ । ଯଦି ପ୍ରକୃତରେ ମୁଁ ଦୋଷୀ ତେବେ ମତେ ନ୍ୟାୟ ମିଳୁ । ମୋ ଆଖିରେ ଏସିଡ ଢ଼ାଳି ଦିଆଯାଉ ନଚେତ ମୋତେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ ।
ଉଲ୍ଲେଖଯୋଗ୍ୟ, ପୀଡ଼ିତାଙ୍କ ପିତାଙ୍କୁ ମିଥ୍ୟା ଅଭିଯୋଗରେ ଫସାଇ ସେ ନ୍ୟାୟିକ ହେପାଜତରେ ଥିବା ସମୟରେ ଜେଲ୍ ମଧ୍ୟରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ କୋର୍ଟ ଗତ ମାର୍ଚ୍ଚ ୪ରେ ସେନ୍ଗାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଧାରା ୩୦୪ ଏବଂ ୧୨୦(ଖ) ଅଧୀନରେ ସେ ଦୋଷୀ ପ୍ରମାଣିତ ହୋଇଥିଲେ । ତାଙ୍କୁ ହତ୍ୟା କରିବାର ଉଦେ୍ଧଶ୍ୟ କୁଲଦୀପଙ୍କର ନଥିଲେ ମଧ୍ୟ ଜେଲ୍ ମଧ୍ୟରେ ମାଡ଼ ମରାଯିବା କାରଣରୁ ୨୦୧୮ ଏପ୍ରିଲରେ ତାଙ୍କର ମୃତୁ୍ୟ ହୋଇଥିଲା । ନାବାଳିକାଙ୍କୁ ଚାକିରୀ ପ୍ରଲୋଭନ ଦେଖାଇ ବଳାକ୍ରାର କରିଥିବା ଅଭିଯୋଗରେ କୋର୍ଟ ସେନ୍ଗାରଙ୍କୁ ୨୦୧୯ ଡିସେମ୍ବର ୨୦ରେ ଦୋଷୀ ପ୍ରମାଣିତ କରି ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଥିଲେ । ବର୍ତ୍ତମାନ ସେ ତିହାର ଜେଲ୍ରେ ବନ୍ଦୀ ଅଛନ୍ତି ।
Comments are closed, but trackbacks and pingbacks are open.