ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଗାଡ଼ି ଲାଇସେନ୍ସ, ଫିଟନେସ୍ ଓ ଆରସିର ଅବଧି । କେନ୍ଦ୍ର ସରକାରଙ୍କ ନିଦେ୍ର୍ଧଶ ଅନୁସାରେ ଫେବୃଆରୀ ୧ ତାରିଖରେ ଶେଷ ହୋଇଥିବା ଏହିସବୁ କାଗଜପତ୍ରର ବୈଧତା ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କାଏମ ରହିବ । ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସାନି ନିଦେ୍ର୍ଧଶନାମା ଜାରି କରିଛନ୍ତି । ଏହି ନିଦେ୍ର୍ଧଶନାମା ଅନୁସାରେ ମାର୍ଚ୍ଚ ୧୮ ତାରିଖ ଯାଏଁ ବୈଧ ଥିବା ଲଣ୍ଡଣିଂ ଲାଇସେନ୍ସର ଅବଧୀ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ । ମାଲ୍ ପରିବହନ , ଘରୋଇ ଗାଡ଼ି , ଶିକ୍ଷାନୁÂାନରେ ଲାଗିଥିବା ଗାଡ଼ିର ପରମିଟ୍ ମଧ୍ୟ ସେପ୍ଟେମ୍ବର ୩୦ ଯାଏଁ ବୈଧ ରହିବ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ କରୋନା କଟକଣା ଯୋଗୁ କେନ୍ଦ୍ର ଓ ରାଜ୍ୟ ସରକାର ଏହି ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ।
Comments are closed, but trackbacks and pingbacks are open.