ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତା ସେପଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭା । କୋଭିଡ କଟକଣା ସହ ବିଧାନସଭାର ମୌସୁମୀ ଅଧିବେଶନ ବସିବ । ଏ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି, ୬ ମାସ ମଧ୍ୟରେ ବିଧାନସଭା ଅଧିବେଶନ ବସିବାର ନିୟମ ଅଛି । ମାର୍ଚ୍ଚରେ ବଜେଟ ଅଧିବେଶନ ବସିଥିଲା । ତେଣୁ ଆସନ୍ତା ସେପଟେମ୍ବର ୩୦ ପୂର୍ବରୁ ବିଧାନସଭା ବସିବ । ସାମାଜିକ ଦୂରତା ରକ୍ଷା କରାଯାଇ ଏ ଅଧିବେଶନ ବସିବ । ତେବେ ବିଧାନସଭା ନା ଲୋକସେବା ଭବନ କେଉଁଠି ବସିବ ତାହା ସ୍ଥିର ହୋଇନି । ଏ ସଂପର୍କରେ ଲୋକସଭା ବାଚସ୍ପତିଙ୍କ ସହ ଆଲୋଚନା ହୋଇଛି । କର୍ଣ୍ଣାଟକ ଓ ରାଜସ୍ଥାନ ବାଚସ୍ପତିଙ୍କ ସହ ମଧ୍ୟ ଆମେ ଯୋଗାଯୋଗ କରିଥିଲୁ । ସମସ୍ତଙ୍କ ପରାମର୍ଶକ୍ରମେ କରୋନା କଟକଣା ରକ୍ଷା କରି ବିଧାନସଭାର ମୌସୁମୀ ଅଧିବେଶନ ବସିବ । ବୈଠକକୁ ଗଣମାଧ୍ୟମ ପ୍ରତିନିଧି କିମ୍ବା ଭିଜିଟରଙ୍କୁ ଅନୁମତି ମିଳିବ ନାହିଁ ବୋଲି ଶ୍ରୀ ପାତ୍ର ସ୍ପଷ୍ଟ କରିଛନ୍ତି ।
Comments are closed, but trackbacks and pingbacks are open.