ଜଙ୍କିଆ, (ବି.ବି.ନୁ୍ୟଜ୍): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ରାମେଶ୍ୱର ପଞ୍ଚାୟତର ମନ୍ଦାକିନୀ ନଦୀରେ ସେଲଫି ନେଉଥିବାବେଳେ ବୁଧବାର ଜଣେ ଛାତ୍ରଙ୍କ ମୃତୁ୍ୟ ଘଟିଛି । ସେ ହେଲେ ନିରାକାରପୁର ପଞ୍ଚାୟତ ଷ୍ଟେସନ ନିକଟରେ ଥିବା ରଥ କଲୋନୀର ଆଦର୍ଶ ମିଶ୍ର ଓରଫ ଗୁଡୁ(୧୬) । ତାଙ୍କ ନିଜ ଘର ପୁରୀ ଜିଲ୍ଲା କଣାସ ବ୍ଲକ୍ ଗଢଖାରଦ ପଞ୍ଚାୟତ ଚନ୍ଦ୍ରମାପାଟପୁର । ତାଙ୍କ ପରିବାର କିଛି ବର୍ଷ ହେଲା ନିରାକାରପୁର ଅଞ୍ଚଳରେ ରହି ଆସୁଥିବାବେଳେ ସେ ସ୍ଥାନୀୟ ମହାବିଦ୍ୟାଳୟରେ ୍ମ୨ ବିଜ୍ଞାନ ପ୍ରଥମ ବର୍ଷରେ ଅଧ୍ୟୟନ କରୁଥିଲେ ।
ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଆଜି ଗୁଡୁ ଓ ତାଙ୍କର କେତେକ ସାଙ୍ଗ ମନ୍ଦାକିନୀ ନଦୀ କୂଳକୁ ଭୋଜି କରିବା ପାଇଁ ଆସିଥିଲେ । ଭୋଜି ଚାଲିଥିବାବେଳେ ସେମାନେ ସେଲଫି ନେଉଥିଲେ । ସେହି ସମୟରେ ଅସାବଧାନତା ଯୋଗୁ ଗୁଡୁଙ୍କ ଗୋଡ଼ ଖସିଯାଇଥିଲା । ମାତ୍ର ସାଙ୍ଗମାନେ ସେଲଫି ନେଉଥିବା ଭାବି ଏତେଟା ଗୁରୁତ୍ୱ ଦେଇ ନ ଥିଲେ । ପରେ ବୁଡ଼ି ଯାଉଥିବା ଜାଣି ପାଟି କରିବାରୁ ପାଖରେ ଭୋଜି କରୁଥିବା ଅନ୍ୟ ଲୋକମାନେ ଟାଙ୍ଗୀ ଦମକଳବାହିନୀକୁ ଖବର ଦେଇଥିଲେ । ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚô ଗୁଡୁଙ୍କୁ ପାଣିରୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।


Comments are closed, but trackbacks and pingbacks are open.