
ସୋରଡ଼ା,(ବି.ବି.ନୁ୍ୟଜ): ଆଜି ସକାଳୁ ସୋରଡ଼ା ଜଳଭଣ୍ଡାରରେ ଏକ ସମ୍ବର ଭାସୁ ଥିବା ଦେଖିବାକୁ ମିଳିଥିଲା । ଏନେଇ ମାଛ ଧରିବାକୁ ଯାଇଥିବା ଧୀବର ମାନେ ସମ୍ବରକୁ ଉଦ୍ଧାର କରିବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା । ବହୁ ଚେଷ୍ଟା କରି କୂଳକୁ ଆଣିଲା ପରେ ମଧ୍ୟ ସମ୍ବରଟିକୁ ନଦୀରୁ ବାହାରି ନଥିଲା । ଦମକଳ ବହିନୀଙ୍କ ଏବଂ ଧୀବରଙ୍କ ମିଳିତ ଉଦ୍ୟମରେ ସମ୍ବରକୁ ଉଦ୍ଧାର କରାଯାଇ ବନାଞ୍ଚଳ ଅଧିକାରୀଙ୍କ ଜିମା ଦିଆଯାଇଛି । ତାକୁ ପ୍ରାଥମିକ ଚିକିତ୍ସା ପରେ ଜଙ୍ଗଲରେ ଛଡ଼ାଯିବ ବୋଲି ରେଞ୍ଜର ଲମ୍ବୋଦର ବସେକେ କହିଛନ୍ତି । ସମ୍ବରଟି ପାଣି ପିଇବାକୁ ଆସିଥିବାବେଳେ ପାଣି ଭିତରକୁ ଖସିପଡ଼ିଥିବା ଅନୁମାନ କରାଯାଉଛି ।


Comments are closed, but trackbacks and pingbacks are open.