କଟକ,(ବି.ବି.ବୁ୍ୟରୋ): ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ କିଭଳି ଭାବେ କାର୍ଯ୍ୟକାରୀ ହେଉଛି ଓ ଏହାର ସୁଫଳ ଲୋକଙ୍କ ନିକଟରେ କେତେ ମାତ୍ରାରେ ପହଞ୍ଚୁଛି ତାହା ଜାଣିବା ପାଇଁ ସୋସିଆଲ୍ ଅଡିଟ୍ କରିବା ପାଇଁ ହାଇକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ନିଦେ୍ର୍ଧଶ ଦେଇଛନ୍ତି । ହାଇକୋର୍ଟଙ୍କ ନିଦେ୍ର୍ଧଶ ମୁତାବକ, ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସୋସିଆଲ ଅଡିଟ୍ର ପ୍ରଥମ ପର୍ଯ୍ୟାୟ କାମ ଶେଷ ହେବ । ଫଳରେ ରାଜ୍ୟରେ ପ୍ରଥମ ଥର ପାଇଁ କୌଣସି ଯୋଜନାର କାର୍ଯ୍ୟକାରିତା ଯାଞ୍ଚ୍ ସୋସିଆଲ୍ ଅଡିଟ୍ ମାଧ୍ୟମରେ ହେବ । ବିଶେଷକରି ଅପପୁଷ୍ଟି ଦୂର କରିବାରେ ସହାୟକ ହେଉଥିବା ସରକାରଙ୍କ ଯୋଜନା ମଧ୍ୟାହ୍ନଭୋଜନ, ଅଙ୍ଗନବାଡ଼ÿିରେ ଦିଆଯାଉଥିବା ଖାଦ୍ୟ ଏବଂ ଖାଉଟି ସୁରକ୍ଷା ଯୋଜନାରେ ଦିଆଯାଉଥିବା ଖାଉଟି ସାମଗ୍ରୀର ମାନ ଯାଞ୍ଚ୍ ସହ ଏହା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚୁଛି କି ନା ତାହା ଅନୁଧ୍ୟାନ କରାଯିବ ।
ସୋସିଆଲ୍ ଅଡିଟ୍ ଫଳରେ ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ କିପରି କାର୍ଯ୍ୟ କରୁଛି ତାହାର ବାସ୍ତବ ଚିତ୍ର ଜଣାପଡ଼ିବ । ଏନେଇ ପ୍ରତି ପଞ୍ଚାୟତ ସ୍ତରରେ ସ୍ଥାନୀୟ ଲୋକଙ୍କ ସହଭାଗିତାରେ ଯୋଜନାର ଯାଞ୍ଚ୍ କରାଯିବ । ଅଙ୍ଗନବାଡ଼ିରେ ଦିଆଯାଉଥିବା ଖାଦ୍ୟ, ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନଭୋଜନ ଏବଂ ଖାଉଟି ସୁରକ୍ଷା ଯୋଜନାରେ ଖାଉଟିଙ୍କୁ ମିଳୁଥିବା ରେସନ ସାମଗ୍ରୀର ପ୍ରକୃତ ସ୍ଥିତି ସଂପର୍କରେ ପଞ୍ଚାୟତବାସୀଙ୍କୁ ଅବଗତ କରାଯିବ । ମାଲକାନଗିରି ଜିଲ୍ଲାରେ ଶିଶୁଙ୍କ ମଧ୍ୟରେ ଦେଖାଯାଇଥିବା ପୁଷ୍ଟିହୀନତାର ଦୂର ଲାଗି ଆଇନଜୀବୀ ପ୍ରବୀର କୁମାର ଦାସ ଏବଂ ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଏବଂ ବିଚାରପତି ଜଷ୍ଟିସ୍ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଦେ୍ର୍ଧଶ ଦେଇଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟରେ ଶିଶୁ ପୁଷ୍ଟିହୀନତାର ସ୍ଥିତି କିପରି ରହିଛି ତାହା ଜାଣିବା ସହ ଏହାର ପ୍ରତିକାର ଲାଗି ଖାଦ୍ୟ ସୁରକ୍ଷା ଆଇନର ଧାରା ୧୫ରେ ପ୍ରତି ଜିଲ୍ଲାରେ ଜଣେ ଜଣେ ସ୍ୱାଧୀନ ଅଧିକାରୀ ନିଯୁକ୍ତ ହେବା କଥା । କିନ୍ତୁ ଏ ନେଇ କୌଣସି ପଦକ୍ଷେପ ନିଆଯାଉନଥିବାରୁ ରାଜ୍ୟ ସରକାର ଏ ଦିଗରେ କ’ଣ ପଦକ୍ଷେପ ନେଉଛନ୍ତି ସେ ସଂକ୍ରାନ୍ତରେ ଜବାବଦାଖଲ କରିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଥିଲେ । ରାଜ୍ୟ ସରକାର ଆଜି ଜବାବ ଦାଖଲ କରି ପ୍ରତି ଜିଲ୍ଲାରେ ଜଣେ ଜଣେ ସ୍ୱାଧୀନ ଅଧିକାରୀଙ୍କୁ ନିଯୁକ୍ତି ଲାଗି ଗାଇଡ୍ଲାଇନ୍ ପ୍ରସ୍ତୁତ କରାଯାଉଛି ବୋଲି ଅଦାଲତଙ୍କୁ ଅବଗତ କରିଥିଲେ । ହାଇକୋର୍ଟ ଏହି ଜବାବ ପରେ ଆସନ୍ତା ଜାନୁଆରୀ ୩୧ସୁଦ୍ଧା ଏହି ଗାଇଡ୍ଲାଇନ୍ ଚୂଡ଼ାନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ଫେବ୍ରୁଆରୀ ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ସୂଚନାଥାଉକି, ମାଲାକାନଗିରି ଜିଲ୍ଲାରେ ବହୁ ସଂଖ୍ୟାରେ ଶିଶୁ ପୁଷ୍ଟିହୀନତା ଶିକାର ହେଉଛନ୍ତି । ପୁଷ୍ଟିହୀନତା ପାଇଁ ଅକାଳରେ ଅନେକ ଶିଶୁଙ୍କ ଜୀବନ ଚାଲିଯାଉଛି । ଏଭଳି ସ୍ଥିତିରେ ସୁଧାର ଆଣିବା ଲାଗି ଶ୍ରୀ ଦାସ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଏହି ମାମଲାରେ ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷଭୁକ୍ତ ହୋଇଥିଲା । ଉଭୟ ମାମଲାର ଏକତ୍ର ଶୁଣାଣି ଚାଲିଛି । ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନଜୀବୀ ଗୌତମ ମିଶ୍ର ମାମଲା ପରିଚାଳନା କରୁଛନ୍ତି ।
Comments are closed, but trackbacks and pingbacks are open.