ସୋସିଆଲ ମିଡିଆର ବ୍ୟବହାରରେ ଆଗୁଆ ଥିଲେ

Get real time updates directly on you device, subscribe now.

ମୋଦି ସରକାରର ପ୍ରଥମ ପାଳିରେ ଯେତେ ମନ୍ତ୍ରୀ ଥିଲେ, ସେମାନଙ୍କ ଭିତରୁ ସୁଷମା ଥିଲେ ଏକ ବ୍ୟତିକ୍ରମ । ସେ ସୋସିଆଲ ମିଡିଆକୁ ମାଧ୍ୟମ କରି ସାଧାରଣ ଲୋକଙ୍କ ନିକଟତର ହୋଇଥିଲେ । ଟ୍ୱିଟରରେ ଆକାଉଣ୍ଟ ଖୋଲି ଦିନରାତି ତା’ ଉପରେ ନଜର ରଖୁଥିଲେ ଏବଂ କେହି ତାଙ୍କର ସହାୟତା ମାଗିଲେ ସେ ତୁରନ୍ତ ତାଙ୍କୁ ସହାୟତା କରିବାକୁ ଆଗଭର ହେଉଥିଲେ । ଟ୍ୱିଟରରେ ତାଙ୍କର ଅସଂଖ୍ୟ ଫଲୋୟର ଥିଲେ । ତାଙ୍କର ଏ ପ୍ରକାର ସହାୟତା ମନୋବୃତ୍ତି ପାଇଁ ଆମେରିକୀୟ ସମ୍ବାଦପତ୍ର ‘ ୱାଶିଂଟନ ପୋଷ୍ଟ’ ତାଙ୍କୁ ‘ସୁପରମମ’ ବୋଲି ଆଖ୍ୟା ଦେଇଥିଲା । ଆମେରିକାର ଆଉ ଏକ ସମ୍ବାଦପତ୍ର ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ ତାଙ୍କୁ ଭାରତର ସବୁଠାରୁ ଲୋକପ୍ରିୟ ରାଜନେତା ବୋଲି ପ୍ରକାଶ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons