ସୋସିଆଲ ମିଡିଆ ପାଇଁ ଆସିବ ଗାଇଡଲାଇନ:କେନ୍ଦ୍ର ମନ୍ତ୍ରୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପାଇଁ ଆସିବ ଗାଇଡଲାଇନ । ଓଟିଟି, ନ୍ୟୁଜ ପୋର୍ଟାଲ ଓ ସାମାଜିକ ଗଣମାଧ୍ୟମ ପାଇଁ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର। ଫେସବୁକ, ଟ୍ୱିଟର, ନେଟଫ୍ଲିକ୍ସ, ଇନଷ୍ଟାଗ୍ରାମ ଆଦି ସମସ୍ତ ସୋସିଆଲ ମିଡିଆ ପାଇଁ କଡ଼ା ନିୟମ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର, ରବି ଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ କରି ନୂତନ ନିର୍ଦ୍ଦେଶାବଳୀ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଆପତ୍ତିଜନକ ବିଷୟବସ୍ତୁ ପ୍ରକାଶିତ ହେଉବର୍ତ୍ତମାନ ଭାରତରେ ହ୍ୱାଟସଅପାରେ ୫୩ କୋଟି ଉପଭୋକ୍ତା, ୪୦ ମିଲିୟନରୁ ଅଧିକ ଫେସବୁକ ବ୍ୟବହାରକାରୀ, ଟ୍ୱିଟରରେ ୧୦ମିଲିୟନରୁ ଅଧିକ ୟୁଜର ଅଛନ୍ତି। ଭାରତରେ ସୋସିଆଲ ମିଡିଆର ବହୁଳ ବ୍ୟବହାର କରାଯାଉଛି। ଏଥିପାଇଁ ଖୁବଶୀଘ୍ର ନିୟମ କଡ଼ାକଡ଼ି କରାଯିବ। ସୋସିଆଲ ମିଡିଆକୁ ଭାରତରେ ସ୍ୱାଗତ । ସୋସିଆଲ ମିଡିଆ ଅପବ୍ୟବହାର ଗ୍ରହଣ ଯୋଗ୍ୟ ନୁହେଁ ।

ତେବେ ଗାଇଡ଼ଲାଇନ୍ ଅନୁସାରେ ସବୁ ସର୍ଭିସ ପ୍ରୋଭାଇଡରଙ୍କୁ ଅଭିଯୋଗ ସେଲ୍ ରଖିବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି। ଅଭିଯୋଗ ଆସିଲେ ୨୪ ଘଣ୍ଟା ମଧ୍ୟରେ ପଦେକ୍ଷପ ଗ୍ରହଣ କରାଯିବ ଓ ୧୫ ଦିନ ମଧ୍ୟରେ ସମାଧାନ କରିବାକୁ ପଡ଼ିବ। ଏହାସହ ସମାଧାନ କରି ସେ ସଂପର୍କରେ ମଧ୍ୟ ସୂଚନା ଦେବାକୁ ପଡ଼ିବ। ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ସେମାନଙ୍କ ତଥ୍ୟ ପ୍ରଦାନ କରିବାକୁ ବାଧ୍ୟ। ପଞ୍ଜୀକରଣ ବାଧ୍ୟତାମୂଳକ ନଥିଲେ ମଧ୍ୟ ସେମାନେ ସବୁ ତଥ୍ୟ ଦେବାକୁ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କୌଣସି ସନ୍ଦିଗ୍ଧ ଟ୍ୱିଟ୍ ବା ମେସେଜ୍ ଆସିଲେ ସ୍ରଷ୍ଟାର ତଥ୍ୟ ଦେବାକୁ ପଡ଼ିବ। ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟିକାରୀ ମେସେଜ ପାଇଁ ମଧ୍ୟ ଏପରି କରିବାକୁ ପଡ଼ିବ।ଛି, ଆଉ ଏସବୁ ପାଇଁ ସ୍ୱତନ୍ତ୍ର ଗାଇଡଲାଇନର ଆବଶ୍ୟକତା ରହିଛି।

ନୂଆ ଗାଇଡ଼ଲାଇନ୍ ଅନୁଯାୟୀ ସାମାଜିକ ଗଣମାଧ୍ୟମର ଅପବ୍ୟବହାରକୁ ଆଗାମୀ ସମୟରେ କଦାପି ବରଦାସ୍ତ କରାଯିବନି। ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମରେ ଏମିତି ଫଟୋ ଆସୁଛି, ଯାହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ। ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସମସ୍ୟା ପାଇଁ ଫୋରମ୍ ରହିବା ଉଚିତ୍। ଏବେ ଘୃଣା ସୃଷ୍ଟି କରିବା ପାଇଁ ସୋସିଆଲ ମିଡିଆ ବ୍ୟବହାର କରାଯାଉଛି । ଆତଙ୍କବାଦୀମାନେ ମଧ୍ୟ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ସୋସିଆଲ ମିଡିଆର ଭୁଲ ବ୍ୟବହାର ଅଭିଯୋଗ ଅନେକ ବର୍ଷ ଧରି ଆସୁଛି, ଏହା ହେଉଛି ମିଥ୍ୟା ଖବରର ଅବସ୍ଥା ଯାହା ଅନେକ ନ୍ୟୁଜ୍ ଚ୍ୟାନେଲକୁ ଫ୍ୟାକ୍ଟ ଚେକ୍ ଦ୍ୱାରା କରିବାକୁ ପଡିବ। ଏସବୁ ଦୂର କରିବା ପାଇଁ ଗାଇଡଲାଇନ କରିବା ଜରୁରୀ ଥିବା କହିଛନ୍ତି ମନ୍ତ୍ରୀ ।

ଓଟିଟି ପ୍ଲାଟଫର୍ମ ସୂଚନା ପ୍ରସାରଣକ ମନ୍ତ୍ରାଳୟ ଅଧୀନକୁ ଆସିବ। ଆଉ ଏଥିପାଇଁ ତିନି ଥାକିଆ ଯାଞ୍ଚ ବ୍ୟବସ୍ଥା କରାଯିବ। ଓଟିଟି ପାଇଁ ସେଲ୍ଫ କ୍ଲାସିଫିକେସନ ବ୍ୟବସ୍ଥା ରହିବ। ଏହା ବ୍ୟତୀତ ଓଟିଟିରେ ଚାଇଲ୍ଡ ଲକ୍ ସିଷ୍ଟମ ସହ ଏଜ୍ ଗ୍ରୁପ୍ ବ୍ୟବସ୍ଥା କରାଯିବ। ଅ ଛୋଟ ପିଲା ଯେମିତି ଆପତ୍ତିଜନକ ଦୃଶ୍ୟ ନଦେଖିବେ, ସେ ନେଇ ମଧ୍ୟ ବ୍ୟବସ୍ଥା କରାଯିବ। ଯଦି ଓଟିଟି ପ୍ଲାଟଫର୍ମରେ କୌଣସି ଆପତ୍ତିଜନକ ଦୃଶ୍ୟ ପ୍ରସାରଣ କରାଯାଏ, ତେବେ ସେଥିରେ ଦେଶବାସୀଙ୍କୁ ସଂପୃକ୍ତ ସଂସ୍ଥା କ୍ଷମା ମାଗିବେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons