ସୋସିଆଲ ମିଡିଆ ପ୍ରଭାବ:ଡାକ ଟିକଟ ବିକ୍ରି ଅହେତୁକ ହ୍ରାସ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦେଶରେ ହ୍ୱାଟ୍ସଆପ୍, ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ ଭଳି ସୋସିଆଲ୍ ମିଡିଆର ବ୍ୟାପକ ବ୍ୟବହାର ଡାକ ବିଭାଗ ପାଇଁ ଘାତକ ସାଜିଛି । ଏହାଦ୍ୱାରା ଡାକ ଟିକଟ ବିକ୍ରିରେ ଆଶାତୀତ ହ୍ରାସ ଦେଖିବାକୁ ମିଳିଛି । ଡାକଟିକଟ ବିକ୍ରିଜନିତ ରାଜସ୍ୱ ଆୟ ୭୯ଧ ହ୍ରାସ ପାଇଛି ।
ସୂଚନା ଅଧିକାର (ଆରଟିଆଇ) ସୂତ୍ରରୁ ମିଳିଥିବା ଖବର ମୁତାବକ ୨୦୧୮-୧୯ ଆର୍ଥିକବର୍ଷରେ ଡାକ ଟିକଟ ଓ ଅନ୍ୟାନ୍ୟ ଷ୍ଟାମ୍ପ୍ ବିକ୍ରି ହ୍ରାସ ଘଟିବାରୁ ଡାକ ବିଭାଗର ରାଜସ୍ୱ ଆୟ ୭୮.୬୬ଧ କମି ୭୮.୨୫ କୋଟି ଟଙ୍କାକୁ ଖସିଆସିଛି । ୨୦୧୭-୧୮ରେ ବିଭାଗ ଟିକଟ ବିକ୍ରିରୁ ୩୬୬.୬୯ କୋଟି ଟଙ୍କା ରାଜସ୍ୱ ଆୟ କରିଥିଲା ବେଳେ ୨୦୧୬-୧୭ରେ ଏହା ୪୭୦.୯୦ କୋଟି ଟଙ୍କା ରହିଥିଲା ।
ଡାକ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଆମେ ସାଧାରଣ ଡାକ ଟିକଟ ବ୍ୟତୀତ ରେଭିନ୍ୟୁ ଷ୍ଟାମ୍ପ୍ ଓ ଅନ୍ୟାନ୍ୟ ଷ୍ଟାମ୍ପ୍ ବିକ୍ରି କରୁଛୁ । ଆମ ରାଜସ୍ୱ ଆୟରେ ଷ୍ଟାମ୍ପ୍ ବିକ୍ରି ରାଜସ୍ୱର ଅଧିକ ଅବଦାନ ରହିଛି । କିନ୍ତୁ ଏହାର ବିକ୍ରି କ୍ରମାଗତ ଭାବେ ହ୍ରାସ ପାଇବା ଚିନ୍ତାଜନକ ବିଷୟ ପାଲଟିଛି ।
ଏ ବାବଦରେ ଇନ୍ଦୋରର ତିଳକନଗର ଡାକ କାର୍ଯ୍ୟାଳୟର ଜଣେ ବରିଷ୍ଠ ପୋଷ୍ଟମ୍ୟାନ୍ କୁହନ୍ତି, ଦିନ ଥିଲା ବ୍ୟାଗ୍ ଚିଠି ଓ ଅନ୍ୟାନ୍ୟ ପାର୍ସଲ୍ରେ ଭର୍ଞ୍ଚି ହୋଇଯାଉଥିଲା । ବୋହିବା କଷ୍ଟକର ହେଉଥିଲା । ଉଭୟ ଘରୋଇ ସରକାରୀ ଚିଠି ଭାଗ ବି ଅଧିକ ରହୁଥିଲା । କିନ୍ତୁ ଏବେ ଆଉ ତାହା ଦେଖିବାକୁ ମିଳୁନାହିଁ । କେବଳ ହାତଗଣତି କିଛି ସରକାରୀ ବିଭାଗ ଓ ବେସରକାରୀ କମ୍ପାନିର ଚିଠି ଦେଣନେଣ କରାଯାଉଛି । ବ୍ୟାଗ୍ ଅଧିକାଂଶ ସମୟରେ ଖାଲି ପଡୁଛି କହିଲେ ଚଳେ । ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ଯୋଗୁ ଏହି ସ୍ଥିତି ଉପୁଜିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons