ସ୍କର୍ପିଓ ଜଳିଦେଲେ ଦୁର୍ବୃତ୍ତ

Get real time updates directly on you device, subscribe now.

ରାଉରକେଲା: ସ୍କର୍ପିଓରେ ଆପତ୍ତିଜନକ ସାମଗ୍ରୀ ଚାଲାଣ ବେଳେ ରାଉରକେଲାରେ ଉତ୍ତେଜନା ପ୍ରକାଶ ପାଇଛି । ଟାଙ୍ଗରପାଲି ଥାନା ଅନ୍ତର୍ଗତ ହେକେଟ ରୋଡରେ ଆଜି ଭୋର ସମୟରେ ଏକ ସ୍କର୍ପିଓର ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ। ତେବେ ଗାଡିଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ସୂଚନା ଅନୁଯାୟୀ, ଗାଡ଼ିରେ ଜଣେ ମହିଳାଙ୍କ ସମେତ ୩ ଜଣ ଥିଲେ। ଗାଡ଼ିରେ ଆପତ୍ତିଜନକ ସାମଗ୍ରୀ ଥିବା ଜାଣିବା ପରେ ୧୦ ରୁ ୧୨ ଜଣ ଯୁବକ ବାଇକ୍‌ରେ ଆସି ବିଭିନ୍ନ ସ୍ଲୋଗାନ ଦେଇ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଯୁବକମାନେ ସେମାନଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏହାପରେ ସ୍କର୍ପିଓ‌ରେ ଆସିଥିବା ମହିଳାଙ୍କ ସମେତ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଟାଙ୍ଗରପାଲି ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons