
ବେତନଟୀ,(ବି.ବି.ନୁ୍ୟଜ): ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ୧୮ନଂ ଜାତୀୟରାଜପଥ ବୁଢିଖମାରୀ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।ଘଟଣାସ୍ଥଳେ ବାଇକ ଆରୋହୀଙ୍କର ଶୋଚନୀୟ ମୃତୁ୍ୟ ଘଟିଛି । ମୃତକ ଜଣକ ହେଉଛନ୍ତି ମୋରଡା ବ୍ଲକ ଦାନ୍ତିଆମୁହାଁ ଏବଂ ହଳଦୀପାଳ ପଞ୍ଚାୟତରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ଅନୀଲ କୁମାର ମହାନ୍ତି(୫୮) ।
ହସ୍ତଗତ ସୂଚନା ମୁତାବକ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମହାନ୍ତି ନିଜର ବାଇକ(ଓଡି-୧୧ୟୁ-୭୭୩୮)ଯୋଗେ ଦାନ୍ତିଆମୁହାଁ ପଞ୍ଚାୟତକୁ ଯାଉଥିବା ବେଳେ ଫୋନ ଆସିବାରୁ ବୁଢିଖମାରୀ ନିକଟରେ ରାସ୍ତାପାଶ୍ୱର୍ରେ ଗାଡି ଛିଡାକରି କଥା ହେଉଥିଲେ । ଏହି ସମୟରେ ରାଞ୍ଚିରୁ ଭୁବନେଶ୍ୱର ଦୃତଗତିରେ ଯାଉଥିବା ଏକ ସ୍କର୍ପିଓ(ଜେଏଚ-୦୫ବିଇ-୪୧୪୯) ଭାରସାମ୍ୟ ହରାଇ ରାସ୍ତାପାଶ୍ୱର୍ରେ ଛିଡା ହୋଇଥିବା ପିଇଓଙ୍କୁ ଶକ୍ତଧକ୍କା ଦେଇଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି । ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଶ୍ରୀଯୁକ୍ତ ମହାନ୍ତି ପାଖାପାଖି ୨୫ଫୁଟ ଦୂରକୁ ଛିଟିକି ପଡିଥିବା ବେଳେ ତାଙ୍କର ବାଇକ୍ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ଶ୍ରୀଯୁକ୍ତ ମହାନ୍ତିଙ୍କ ଶୋଚନୀୟ ମୃତୁ୍ୟ ଘଟିଥିବା ବେଳେ ଦୁର୍ଘଟଣା ପରେ ଚାଳକ ଫେରାର ହୋଇଯାଇଥିଲା । ତେବେ ସ୍କୁଲ ଯାଉଥିବା କିଛି ଶିକ୍ଷକଙ୍କୁ ମଧ୍ୟ ଉକ୍ତ ସ୍କର୍ପିଓ ଭାରସାମ୍ୟ ହରାଇ ଧକ୍କାଦେବାରୁ ଅଳ୍ପକେ ବର୍ତ୍ତିଯାଇଥିବା ସମ୍ପୃକ୍ତ ଶିକ୍ଷକମାନେ ପ୍ରକାଶ କରିଛନ୍ତି । ଖବରପାଇ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ରଣଜିତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିି ନିୟନ୍ତ୍ରଣ କରିଥିଲେ । ଏନେଇ ୭୮/୨୧ରେ ଏକ ଦୁର୍ଘଟଣାଜନିତ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କରାଇଛନ୍ତି । ତେବେ ଜଣେ ସରଳ, ଅମାୟିକ, ପରୋପକାରୀ, ମିଷ୍ଟଭାଷୀ ତଥା ମେଳାପୀ ସ୍ୱଭାବର ମଣିଷ ଭାବେ ପରିଚିତ ଶ୍ରଯୁକ୍ତ ମହାନ୍ତିଙ୍କ ମୃତୁ୍ୟରେ ସମଗ୍ର ମୋରଡା ବ୍ଲକ ପକ୍ଷରୁ ଗଭୀର ଶୋକପ୍ରକାଶ ପାଇଛି । ସୁରେଇଡିହି ସରପଞ୍ଚ ଲକ୍ଷ୍ମଣ ମୁର୍ମୁଙ୍କ ସମେତ ବ୍ଲକ ଚେୟାରମ୍ୟାନ ତଥା ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀଗଣ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରିବାରବର୍ଗଙ୍କ ନିଷ୍ପତ୍ତିକ୍ରମେ ସ୍ୱର୍ଗତ ମହାନ୍ତିଙ୍କ ଚକ୍ଷୁଦାନ କରାଯାଇଥିଲା । ପୈତୃକ ଗ୍ରାମ ଗାଁ ଅମର୍ଦାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।
Comments are closed, but trackbacks and pingbacks are open.