ସ୍କୁଟର ଦୁର୍ଘଟଣାଗ୍ରସ୍ତ, ସ୍କୁଲ୍ ଛାତ୍ରୀ ମୃତ:ବାପ-ପୁଅ ଗୁରୁତର

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନୁ୍ୟଜ୍): ସହର ଉପକଣ୍ଠ ପଞ୍ଚମହଲା ସ୍ଥିତ ଆରଟିଓ ଅଫିସ୍ ନିକଟରେ ମଙ୍ଗଳବାର ଅପରାହ୍ଣରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଲରୁ ଫେରୁଥିବା ବେଳେ ସ୍କୁଟର ଚକା ଖସିଯିବାରୁ ଦୁର୍ଘଟଣାର ସମ୍ମିଖିନ ହୋଇ ଜଣେ ଛାତ୍ରୀଙ୍କ ମୃତୁ୍ୟ ଘଟିଛି । ଦୁର୍ଘଟଣାରେ ମୃତ ଛାତ୍ରୀଙ୍କ ମାମୁ ଓ ଭାଇ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତ ଛାତ୍ରୀ ଜଣଙ୍କ ହେଲେ ଶିଶିରକାନ୍ତ ନାଏକଙ୍କ ଝିଅ ଜ୍ୟୋତିର୍ମୟୀ ପ୍ରିୟଦର୍ଶିନୀ(୯) । ଘର ନିଶା ଶିଳ୍ପାଞ୍ଚଳ ଥାନା ଟେଣ୍ଟଲୋଇ ଗ୍ରାମରେ ।

ସୂଚନା ଅନୁଯାୟୀ, ଜ୍ୟୋତିର୍ମୟୀ ଅନୁଗୁଳ ସହର ଉପକଣ୍ଠ ନୂଆମୌଜା ଗ୍ରାମରେ ତାଙ୍କ ମାମୁଙ୍କ ଘରେ ରହି ସ୍ଥାନୀୟ ଏକ ଘରୋଇ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ । ଜ୍ୟୋତିର୍ମୟୀଙ୍କ ମାମୁ ପୁଅ ଭାଇ ଓମ୍ପ୍ରକାଶ ମଧ୍ୟ ତାଙ୍କ ସହ ସେହି ସ୍କୁଲ୍ରେ ପଢ଼ÿୁଥିଲେ । ସବୁଦିନ ଭଳି ଆଜି ସ୍କୁଲ୍ ଛୁଟି ହେବା ପରେ ଜ୍ୟୋତିର୍ମୟୀଙ୍କ ମାମୁ ବନବିହାରୀ ନାଏକ ସେମାନଙ୍କୁ ସ୍କୁଟ୍ରରେ ଆଣିବାକୁ ଯାଇଥିଲେ ।

ସାମ୍ନା ପଟୁ ହଠାତ୍ ଏକ ଗାଡ଼ିକୁ ଦେଖି ବନବିହାରି ବ୍ରେକ ମାରି ଦେଇଥିଲେ । ଫଳରେ ସ୍କୁଟର୍ ଚକା ସ୍ଲିପ୍ କରିଥିଲା । ବନବିହାରୀଙ୍କ ସହ ପୁଅ ଓମ ପ୍ରକାଶ ଓ ଜ୍ୟୋତିର୍ମୟୀ ଛିଟିକି ହୋଇ ପଡ଼ିଥିଲେ । ପଛରେ ବସିଥିବା ଜ୍ୟୋତିର୍ମୟୀଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ଘଟିଥିଲା । ସ୍ଥାନୀୟ ଲୋକ ଗୁରୁତର ଆହତ ବନବିହାରୀ ଓ ଓମ୍ପ୍ରକାଶଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ବନବିହାରୀଙ୍କ ମୁଣ୍ଡରେ ମଧ୍ୟ ଗୁରୁତର ଆଘାତ ଲାଗିଛି । ଗୋଡ଼ରେ ଆଘାତ ଲାଗିଥିବା ଓମପ୍ରକାଶ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ପୁଲିସ୍ ଘଟଣା ସ୍ଥଳକୁ ଯିବା ସହ ମେଡିକାଲ୍ରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ମୃତ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ୍ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons