ରାୟଗଡ଼ା,(ବି.ବି.ନୁ୍ୟଜ୍): ଗୋଟିଏ ପଟେ ‘ମୋ ସରକାର’ ଯୋଜନା । ଅନ୍ୟପଟେ ୫-ଟି । ଉଭୟକୁ କଡ଼ାକଡ଼ି ଭାବେ ରାଜ୍ୟରେ ଲାଗୁ କରାଯାଇଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସମସ୍ତ ମନ୍ତ୍ରୀଙ୍କୁ ନିଦେ୍ର୍ଧଶନାମା ଜାରି କରିଛନ୍ତି ଯେ, ନିଜ ଗସ୍ତ କାଳରେ ବିଦ୍ୟାଳୟକୁ ଯାଇ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରିବେ । ଏହାକୁ ଆଜି ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ରାୟଗଡ଼ା ଗସ୍ତ କାଳରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଆଜି ପହଞ୍ଚିଥିଲେ ଭାକୁରଗୁଡ଼ା ଆଶ୍ରମ ବିଦ୍ୟାଳୟରେ । ପ୍ରଥମେ ପିଲାଙ୍କୁ ପଢାଇଥିଲେ । ପରେ ଶିରିଗୁଡ଼ା ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ପହଞ୍ଚି ପିଲାଙ୍କ ଗହଣରେ ବସି ମଧ୍ୟାହ୍ନ ଭୋଜନ ଖାଇଥିଲେ ।
ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଆଜି ଅଚାନକ ଗସ୍ତ କରିଥିଲେ ଜିଲ୍ଲାର ଆଦର୍ଶ ବିଦ୍ୟାଳୟ କୁହାଯାଉଥିବା ଭାକୁରଗୁଡ଼ାର ଆଶ୍ରମ ବିଦ୍ୟାଳୟରେ । ପ୍ରଥମେ ସପ୍ତମ ଶ୍ରେଣୀ ଭିତରେ ପ୍ରବେଶ କରିଥିଲେ । ଏହି ସମୟରେ ଜଣେ ଶିକ୍ଷୟିତ୍ରୀ ପିଲାଙ୍କୁ ପଢ଼ାଉଥିବା ଦେଖି ଖୁସି ପ୍ରକଟ କରିବା ସହ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ସପ୍ତମ ଶ୍ରେଣୀରେ ଯାହା ଦେଖିଥିଲେ, ଷÂ ଶ୍ରେଣୀକୁ ଯିବାବଳେ ତାହା ଓଲଟି ଯାଇଥିଲା । ଷÂ ଶ୍ରେଣୀ ପ୍ରକୋÂରେ କୌଣସି ଶିକ୍ଷକ ନଥିଲେ ଏବଂ ଛାତ୍ରଛାତ୍ରୀମାନେ ନିଜ ଖାତାରେ କିଛି ଲେଖିବାରେ ବ୍ୟସ୍ତଥିଲେ । ଏହାଦେଖି ମନ୍ତ୍ରୀ ବିଗିଡ଼ିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଏହାର କାରଣ ପଚାରିଥିଲେ । ପ୍ରଧାନଶିକ୍ଷକ ଗଗନ ସାହୁ କହିଥିଲେ ଯେ, ଦୁଇଜଣ ଶିକ୍ଷକ ବିଏଲଓ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେମାନେ ଅନୁପସ୍ଥିତ ଥିବାରୁ ପାଠପଢାରେ ସମସ୍ୟା ହେଉଛି । ଏହାପରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଷÂଶ୍ରେଣୀ ପିଲାଙ୍କ ଟାଇମ ଟେବୁଲ ମାଗିଥିଲେ । ଶ୍ରେଣୀ ପ୍ରକୋÂରେ ତାହା ବି ମହଜୁଦ ନଥିଲା । ଟାଇମ ଟେବୁଲ ପାଇନପାରି ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ ମନ୍ତ୍ରୀ । ଏହାପରେ ଯାଇଥିଲେ ପ୍ରଧାନଶିକ୍ଷକଙ୍କ ପ୍ରକୋÂକୁ । ବିଦ୍ୟାଳୟର ଗୋଟିଏ କମ୍ପୁ୍ୟଟର ପ୍ରଧାନଶିକ୍ଷକଙ୍କ ପ୍ରକୋÂରେ ରହିଥିବା ବେଳେ ତାହା ନିକଟରେ ୪ ଜଣ ଛାତ୍ର ଉପସ୍ଥିତ ଥିଲେ । କମ୍ପୁ୍ୟଟରରେ ପାଠ ପଢ଼ୁଛକି ବୋଲି ପିଲାମାନଙ୍କୁ ପଚାରିଥିଲେ ମନ୍ତ୍ରୀ । ପିଲାମାନେ ହଁ କହିବା ପରେ ସେମାନଙ୍କୁ ଚାଲୁ କରିବା ପାଇଁ କହିଥିଲେ । କିନ୍ତୁ କୌଣସି ଜଣେହେଲେ ଛାତ୍ର ଚାଲୁ କରିପାରିନଥିଲେ । ଏହାପରେ ନିଜେ କମ୍ପୁ୍ୟଟର ଚାଲୁକରି ପଢ଼ାଇଥିଲେ ମନ୍ତ୍ରୀ । ସପ୍ତମ ଶ୍ରେଣୀର ଜଣେ ଛାତ୍ର ସଞ୍ଜୟ ମିଣିଆକାଙ୍କୁ ଡାକି କିଭଳି ଏହା ଚାଲୁହେବ ଏବଂ କମ୍ପୁ୍ୟଟରର ପ୍ରତ୍ୟେକ ଯନ୍ତ୍ରାଂଶ ସମ୍ପର୍କରେ ବୁଝାଇଥିଲେ । ଆଜିର ଯୁଗରେ କମ୍ପୁ୍ୟଟରର ଆବଶ୍ୟକତା ସମ୍ପର୍କରେ ମଧ୍ୟ ଛାତ୍ରମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ବିଦ୍ୟାଳୟର ପରିବେଶ ଦେଖି ମନ୍ତ୍ରୀ ଖୁସି ପ୍ରକଟ କରିଥିବା ବେଳେ ପିଲାଙ୍କ ଶିକ୍ଷା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ବିଦ୍ୟାଳୟ ଯାଇଥିଲେ ପୂର୍ବତନ ସାଂସଦ ଝିନ୍ନ ହିକକା । ବିଦ୍ୟାଳୟର ପାଠପଢା ବ୍ୟବସ୍ଥା ଦେଖି ଶ୍ରୀ ହିକକା ମଧ୍ୟ ଚକିତ ହୋଇଥିଲେ । ଏହା ପୂର୍ବରୁ ତକ୍ରାଳୀନ ଓପିଲିପିର କାର୍ଯ୍ୟକ୍ରମ ନିଦେ୍ର୍ଧଶିକା ମାନସୀ ନିମ୍ବାଲ ମଧ୍ୟ ଏଠାକୁ ଅଚାନକ ପରିଦର୍ଶନରେ ଆସିଥିଲେ । ପାଠପଢାରେ ଅବହେଳା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ । ତେଣୁ ଆଜି ମନ୍ତ୍ରୀ ପିଲାଙ୍କ ଶିକ୍ଷାଗତ ବିକାଶ ଦିଗରେ ଅଧିକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ।
ପ୍ରକାଶଥାଉକି, ଜିଲ୍ଲାର ଏକ ଭଲ ବିଦ୍ୟାଳୟ ଭାବେ ଭାକୁରଗୁଡ଼ା ଆଶ୍ରମ ବିଦ୍ୟାଳୟର ନାଁ ଜିଲ୍ଲା ପ୍ରଶାସନର ତାଲିକାରେ ରହିଛି । ଯେକୌଣସି ଅଫିସର ଓ ମନ୍ତ୍ରୀ ଜିଲ୍ଲାକୁ ଆସିଲେ ସେମାନଙ୍କୁ ଭାକୁରଗୁଡ଼ା ଆଶ୍ରମ ବିଦ୍ୟାଳୟକୁ ପରିଦର୍ଶନରେ ନିଆଯାଇଥାଏ । ଏହି ବିଦ୍ୟାଳୟର ପରିବେଶ ଓ ପରିଛନ୍ନତା ଠିକ ଥିବା ବେଳେ ପାଠ କିନ୍ତୁ ଠିକ ନଥିବା ଆଜିର ଘଟଣାରୁ ସ୍ପଷ୍ଟ ହୋଇଛି । ଏହି ବିଦ୍ୟାଳୟରୁ କୌଣସି ଛାତ୍ରଛାତ୍ରୀ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପ୍ରବେଶ ପରୀକ୍ଷା କିମ୍ବା ଜବାହାର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନଥିବା ଜଣାପଡ଼ିଛି ।


Comments are closed, but trackbacks and pingbacks are open.