ସ୍କୁଲରେ ପଡ଼ି ଛାତ୍ରୀ ମୃତ

Get real time updates directly on you device, subscribe now.

ରା.ଉଦୟଗିରି,(ବି.ବି.ନ୍ୟୁଜ୍): ସ୍କୁଲରେ ପଡ଼ି ଛାତ୍ରୀ ମୃତ । ଏଭଳି ଏକ ଅଭାବନୀୟ ଏବଂ ଦୁଃଖଦ ଘଟଣା ଘଟିଛି ରା.ଉଦୟଗିରି ଥାନା ଅନ୍ତର୍ଗତ ସମ୍ବଲପୁର ହାଇସ୍କୁଲରେ । ମୃତ ଛାତ୍ରୀ ଜଣଙ୍କ ବୁର୍ଦୁଗୁଡ଼ା ଗ୍ରାମର ଲାଜର ଦଳବେହେରାଙ୍କ ଝିଅ ରୀନା । ସ୍କୁଲରେ ଖେଳୁଥିବା ବେଳେ ଏଭଳି ଘଟଣା ଘଟିଥିବା ପ୍ରାଥମିକ ଦତନ୍ତରୁ ଜଣାପଡ଼ିଥିବା ରା.ଉଦୟଗିରି ଏସ୍ଡିପିଓ ଅଶୋକ ମହାନ୍ତି ସୂଚନା ଦେଇଛନ୍ତି । ରିନା ସମ୍ବଲପୁର ହାଇସ୍କୁଲର ଷଷ୍ଠଶ୍ରେଣୀ ଛାତ୍ରୀ ଥିଲେ । ସ୍କୁଲରେ ଖେଳୁଥିବାବେଳେ ପଡ଼ି ଗୁରୁତର ଆହତ ହୋଇଥିଲେ । ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ସନ୍ଧ୍ୟାରେ ରା.ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ନିରଞ୍ଜନ ପୋଥାଲ ମୃତ ଘୋଷିତ କରିଛନ୍ତି । ରୀନାଙ୍କ ଦାଦା ଜୟନ୍ତ ଦଳବେହେରାଙ୍କୁ ପଚାରିବାରେ ଝିଅ ଘରେ ଭଲ ଥିଲା । ମୁଁ ଶୁଣିବାକୁ ପାଇଲି ଯେ ସ୍କୁଲରେ ଖେଳୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା କହିଛନ୍ତି । ଛାତ୍ରୀଙ୍କ ଓଠରେ ଆଘାତ ଲାଗିଛି । ରା.ଉଦୟଗିରି ଥାନା ଅଧିକାରୀ ମମତା ନାୟକ ଘଟଣା ସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଛନ୍ତି । ପ୍ରକୃତ କାରଣ କଣ ତଦନ୍ତ ପରେ ଜଣାପଡ଼ିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons