କବିସୂର୍ଯ୍ୟନଗର,(ବି.ବି.ନ୍ୟୁଜ୍): ସ୍କୁଲ ପରିସରରେ ଥିବା ଏକ ପରିତ୍ୟକ୍ତ ପାଣି କୁଣ୍ଡରୁ ମିଳିଲା କୁଢ଼ କୁଢ଼ ଔଷଧ । ସେଗୁଡ଼ିକ ଆଇରନ୍ ଏବଂ ଭିଟାମିନ୍ ବଟିକା ବୋଲି ଜଣାପଡ଼ିଛି । ଏଭଳି ଘଟଣା ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗରରେ ଦେଖିବାକୁ ମିଳିଛି । କବିସୂର୍ଯ୍ୟନଗର ଗୌଡ଼ ସାହି ପ୍ରାଥମିକ ବିଦ୍ୟାଳୟ ବିଇଓ ଅଫିସ ପରିସରରେ ରହିଛି । ସ୍କୁଲର ଏକ ପରିତ୍ୟକ୍ତ ପାଣି କୁଣ୍ଡରେ କୁଢ଼ କୁଢ଼ ଔଷଧ ଭାସୁଥିବା ଜଣାପଡ଼ିଥିଲା । ଏହି ଖବର ପ୍ରଚାରିତ ହେବାରେ ଲୋକଙ୍କ ଗହଳି ହୋଇଯାଇଥିଲା । କିଛି ଦିନ ତଳେ କୃର୍ମିନାଶକ ଔଷଧ ଖାଇ ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ । ଏନେଇ କାଳେ କିଛି ଖୋଳତାଡ଼ ଆରମ୍ଭ ହେବ ଏହା ପୂର୍ବରୁ ଗଚ୍ଛିତ ଥିବା ବଟିକା ଫିଙ୍ଗି ଦିଆଯାଇଥିବା ଆଲୋଚନା ହେଉଛି ।
Comments are closed, but trackbacks and pingbacks are open.