ସ୍କୁଲ ଭ୍ୟାନ୍ ଓଲଟିଲା, ୧୦ ଆହତ

Get real time updates directly on you device, subscribe now.

ଚିକିଟି,(ବି.ବି.ନୁ୍ୟଜ୍): କେ. ନୂଆଗାଁ ଥାନା ଅନ୍ତର୍ଗତ ନୂଆଗଡ଼ଠାରେ ଥିବା ମାର୍ଗଦର୍ଶୀ ବିଦ୍ୟାଳୟର ଭ୍ୟାନ୍ (ଓଆର୍୦୭ୟୁ-୯୬୭୭) ଭାରସାମ୍ୟ ହରାଇ ପହଁରାବାଡ଼ି ଗ୍ରାମ ନିକଟରେ ରାସ୍ତା କଡ଼କୁ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି । ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଏହି ସ୍କୁଲ ଭ୍ୟାନରେ ୨୦ ଜଣ ଛାତ୍ରଛାତ୍ରୀ ବସିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons