ସ୍ତ୍ରୀକୁ ପିଟି ପିଟି ହତ୍ୟା

Get real time updates directly on you device, subscribe now.

ଉଦଳା, (ବି.ବି.ନୁ୍ୟଜ୍): ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ । ସାମାନ୍ୟ କଥାରୁ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ବଚସା ହେବା ପରେ ତାହା ଏପରି ରୂପ ନେଲା ଯେ ଉତକ୍ଷିପ୍ତ ହୋଇ ଅତି ନିର୍ଦ୍ଧୟ ଭାବେ ସ୍ତ୍ରୀ କୁ ବାଡେଇ ବାଡେଇ ମାରିଲା ସ୍ୱାମୀ । ଯାହା ସ୍ଥାନୀୟ ଅଞ୍ଚଳରେଚାାଞ୍ଚଲ୍ୟ ଖେଳାଇ ଦେଇଛି । ଏଭଳି ଘଟଣା ଘଟିଛି ଉଦଳା ଥାନା ନାବରା ବିସ୍ଥାପିତ କଲୋନୀରେ । ଯାହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛ ।
ଖବର ଅନୁସାରେ, ନାବରା ବିସ୍ଥାପିତ କଲୋନୀରେ ବସବାସ କରୁଥିବା ରାସାଏ ହୋ ଏବଂ ତାଙ୍କ ସ୍ତ୍ରୀ ବାସନ୍ତୀ ହୋ ମଙ୍ଗଳବାର ରାତିରେ ଖାଇସାରି ଘରେ ଶୋଇଥିଲେ । କୌଣସି କଥାକୁ ନେଇ ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଏତେ ଉଗ୍ରରୂପ ନେଇଥିଲା ଯେ, ଉତ୍କ୍ଷିପ୍ତ ହୋଇ ସ୍ୱାମୀ ରାସାଏ ସ୍ତ୍ରୀ ବାସନ୍ତୀଙ୍କୁ ଠେଙ୍ଗାରେ ବାଡେ଼ଇ ବାଡେ଼ଇ ମାରି ଦେଇଥିଲା । ଅତି ନିର୍ଦ୍ଧୟ ଭାବେ ସ୍ତ୍ରୀକୁ ଆକ୍ରମଣ କରିଥିବା ବେଳେ ସ୍ତ୍ରୀର ମୁହଁ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିଲା । ଘଟଣାସ୍ଥଳରେ ବାସନ୍ତୀଙ୍କର ମୃତୁ୍ୟ ହୋଇଥିଲା । ସେଠାରୁ ଅଭିଯୁକ୍ତ ଜହ୍ଲାଦ ସ୍ୱାମୀ ରାସାଏ ଫେରାର ହୋଇଯାଇଥିଲା । ତେବେ ପରିବାର ଲୋକେ ସକାଳୁ ଉଠିବା ପରେ ବାସନ୍ତୀଙ୍କ ମୃତଦେହ ଘର ଖଟ ଉପରେ ପଡି ରହିଥିବା ଦେଖିବାକୁ ପାଇଥିଲେ । ପରେ ଏ ନେଇ ଉଦଳା ପୁଲିସକୁ ଖବର ଦେଇଥିଲେ । ଉଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରାଯାଇଛି । ଏ ନେଇ ପୁଲିସ କେସ୍ ନଂ – ୧୮୦/୧୯ ରେ ଏକ ମାମଲା ରୁଜୁ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons