ବଲାଙ୍ଗୀର: ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ। ବଲାଙ୍ଗୀର ଟିକ୍ରାପଡ଼ା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଲାଗି ଷଡ଼ଯନ୍ତ୍ର ରଚିଥିଲା ଅଭିଯୁକ୍ତ ସ୍ବାମୀ। ସେଥିପାଇଁ ରାତାରାତି ସ୍ତ୍ରୀର ଶବକୁ ପୋଡି ଦେଇଥିଲା ସୈତାନ ସ୍ବାମୀ। ପାରିବାରିକ କଳହରୁ ଅଭିଯୁକ୍ତ ସ୍ବାମୀ ନିଜ ସ୍ତ୍ରୀ ହତ୍ୟା କରି ପୋଡି ଦେଇଥିବା ସୂଚନା ମିଳିଛି। ଏହି ହତ୍ୟା ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହାସହ ଏହି ହତ୍ୟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଗୁଞ୍ଜରଣ ସୃଷ୍ଟି ହୋଇଛି। ଏହି ଘଟଣାରେ ଅଭିଯୁକ୍ତ ସ୍ବାମୀକୁ ପୋଲିସ୍ ଗିରଫ କରିଛି। ଏହାସହ ହତ୍ୟା ଘଟଣା ସଂପର୍କରେ ଅଧିକ ଜାଣିବା ଲାଗି ମୃତା ମହିଳାଙ୍କ ଶାଶୁଙ୍କୁ ସଇଂନ୍ତଳା ପୋଲିସ୍ ପଚାରଉଚାର ଜାରି ରଖିଛି।
Comments are closed, but trackbacks and pingbacks are open.