ସ୍ତ୍ରୀକୁ ହତ୍ୟା କରି ରକ୍ତର ହୋଲି ଖେଳିଲା ସଇତାନ ସ୍ୱାମୀ

Get real time updates directly on you device, subscribe now.

ନିଆଳି : କଟକ ସଦର ଥାନା ବମ୍ବିଲ ଗାଁରେ ଅଭାବନୀୟ ଘଟଣ । ସ୍ଵାମୀର ଆକ୍ରମଣ ଓ ଛୁରା ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଅଭିଯୋଗ । ସାତ ଜନମ ପାଇଁ ହାତ ଧରିଥିଲେ, ସ୍ତ୍ରୀର ସମସ୍ତ ଦୋଷ କ୍ଷମା ପାଇଁ ବାହା ବେଦୀରେ ଶପଥ ନେଇ ଥିବା ସ୍ଵାମୀ ଶେଷରେ ସାଜିଛି ହତ୍ୟାକାରୀ । ରାତିର ଅନ୍ଧାରରେ ଛୁରୀ ଭୂଷି କରିଛି ନିର୍ମମ ହତ୍ୟା ।
ପବିତ୍ର ହୋଲି ରଙ୍ଗ ଖେଳ ନେଇ ସମସ୍ତେ ଖୁସି ବାଣ୍ଟୁ ଥିବା ବେଳେ କଟକ ସଦର ଥାନା ବମ୍ବିଲୋ ଗାଁରେ ଶୋକର ଛାୟା । ସ୍ତ୍ରୀକୁ ହତ୍ୟା କରି ରକ୍ତରେ ହୋଲି ଖେଳିଛି ସଇତାନ୍ ସ୍ଵାମୀ । ଦୋଷ ଲୁଚାଇବାକୁ କରିଛି ଷଡଯନ୍ତ୍ର ବୋଲି ଅଭିଯୋଗ ଆଣିଲେ ମୃତକଙ୍କ ଭାଇ ସନାତନ ବେହେରା ଓ ରୁଣ ଟଙ୍କା ଶୁଝିବା ଓ ଘର କରିବା ପାଇଁ ଟଙ୍କା ଲାଗି ତାଙ୍କ ଭଉଣୀ ଝୁନା ଦାସଙ୍କୁ ହତ୍ୟା କରିଥିବା କହିଛନ୍ତି ।
ସେପଟେ ଅଭିଯୁକ୍ତ ସ୍ଵାମୀ ପ୍ରଦୀପ ଦାସକୁ ଥାନାରେ ଅଟକ ରଖିଛି ସଦର ପୁଲିସ । ଘଟଣା ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଓ ସଦର ପୁଲିସର ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି । ରୁଣ ଚାପ ଓ ପାରିବାରିକ କଳହକୁ ନେଇ ଦୀର୍ଘ ଦିନ ଧରି ପରିବାରରେ କଳହ ଲାଗିରହିଥିଲା । ଯାହାକୁ ନେଇ ଗତକାଲି ରାତିରେ ଝଗଡ଼ା ଉଗ୍ର ରୂପ ନେଇଥିଲା । ବିଳମ୍ବିତ ରାତିରେ ସମସ୍ତେ ଶୋଇବା ପରେ ଛୁରୀ ଭୂଷି ହତ୍ୟା କରିଛି ପ୍ରଦୀପ । ଦୁର୍ବୃତ୍ତ ମାନେ ଘରେ ପଶି ଝୁନାକୁ ହତ୍ୟା କରି ଫେରାର୍ ହୋଇଯାଇଥିବା କହିଥିଲେ ସ୍ୱାମୀ । ମୃତ ଝୁନାଙ୍କର ୧୦ ବର୍ଷର ଝିଅ ଓ ୫ ବର୍ଷର ପୁଅ ରହିଛନ୍ତି । ପ୍ରାଥମିକ ତଦନ୍ତରୁ ପୁଲିସ ହତ୍ୟାର ରହସ୍ୟକୁ ପର୍ଦ୍ଦାଫାସ କରିପାରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons