ସ୍ତ୍ରୀକୁ ହାଣି ବିଷ ପିଇଲା ସ୍ୱାମୀ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଗାଁରେ ଜଣେ ବ୍ୟକ୍ତି ତାଙ୍କ ପନôୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି । ମୃତ ମିହଳା ଜଣଙ୍କ ହେଲେ ଘୁଙ୍ଗୁରି ମଲ୍ଲିକ । ଅଭିଯୁକ୍ତଙ୍କ ନାଁ ଝଜିନ୍ଦର ମଲ୍ଲିକ । ମିଳିଥିବା ସୂଚନା ଅନୁସାରେ , ଗତକାଲି ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଘୁଙ୍ଗୁରି ରାତିରେ ଘରେ ଶୋଇଥିବା ବେଳେ ଝଜିନ୍ଦର ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ହାଣି ଦେଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା । ପରେ ଝଜିନ୍ଦର ବିଷ ପିଇ ଦେଇଥିଲେ । ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons