ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ୱାମୀ

Get real time updates directly on you device, subscribe now.

ଜଟଣୀ: ଜଟଣୀ ଥାନା ପାଇକରାପୁର ବସ୍ତିରେ ଆଜି ସକାଳେ ଘଟିଛି ଏକ ଲୋମହର୍ଷକ ହତ୍ୟାକାଣ୍ଡ । ଛୁରିରେ ଗଳାକାଟି ଦ୍ୱିତୀୟ ସ୍ତ୍ରୀଙ୍କୁ ହତ୍ୟା କରିଛି ସ୍ୱାମୀ । ସ୍ତ୍ରୀ ପୂଜାକୁ ହତ୍ୟା କରିବା ପରେ ହତ୍ୟାକାରୀ ସ୍ୱାମୀ ସୁକାନ୍ତ ମଲ୍ଲିକ ଛୁରି ସହିତ ଜଟଣୀ ଥାନାରେ ଆତ୍ମସମର୍ପଣ କରିଛି ।
ସୁକାନ୍ତ ପୂଜାଙ୍କୁ ୧୨ ବର୍ଷ ପୂର୍ବେ ବିବାହ କରିଥିଲେ । ସେମାନଙ୍କର ୧୧ ଓ ୭ ବର୍ଷର ଦୁଇ ଝିଅ ଅଛନ୍ତି । ଭୁବନେଶ୍ୱର ଖାରବେଳ ନଗର ଅଞ୍ଚଳରେ ପୂଜାଙ୍କ ଘର । ପିପିଲି ଥାନା ମଠସାହି ଅଞ୍ଚଳରେ ସୁକାନ୍ତଙ୍କ ନିଜ ଘର ହୋଇଥିବା ବେଳେ ସ୍ଥାନୀୟ ପାଇକରାପୁର ବସ୍ତିରେ ସେ ଘର କରି ରହୁଥିଲେ । ସେ ଜଣେ ଅଟୋ ଚାଳକ । ବିଭିନ୍ନ ବାବଦରେ ଆଣିଥିବା ଋଣଟଙ୍କା କିସ୍ତି ପରିଶୋଧ କରିବା ପାଇଁ ବାପଘରୁ ଟଙ୍କା ଆଣିବାକୁ ପୂଜାଙ୍କ ଉପରେ ଅଧିକାଂଶ ସମୟରେ ସୁକାନ୍ତ ଚାପ ପକାଉଥିଲେ ସୁକାନ୍ତ ।
ଅନ୍ୟପକ୍ଷରେ ପରକୀୟା ପ୍ରୀତି ନେଇ ସେ ପୂଜାଙ୍କୁ ସନେ୍ଦହ କରୁଥିଲେ । ଏହି ଦୁଇ କାରଣକୁ ନେଇ ଅଧିକାଂଶ ସମୟରେ ପୂଜାଙ୍କୁ ସୁକାନ୍ତ ମାଡ଼ ମାରୁଥିଲେ । ଘରେ ମଧ୍ୟ ଅନେକ ସମୟରେ କଳି ଝଗଡ଼ା ଲାଗି ରହୁଥିଲା । ଅତିÂ ହୋଇ ପୂଜା ବହୁ ସମୟ ବାପଘରକୁ ପଳାଉଥିଲେ ।
ଅନେକଥର ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ଏହାର ସମାଧାନ ହୋଇଥିବା ପୂଜାଙ୍କ ପାଳିତ ବାପା ଅନ୍ତର୍ଯ୍ୟାମୀ ପ୍ରଧାନ ଥାନାରେ ଅଭିଯୋଗ କରିଛନ୍ତି । ସୁକାନ୍ତ ପୂର୍ବରୁ ବିବାହ କରିବା ସହ ତାଙ୍କର ପତ୍ନୀ ଓ ଦୁଇଟି ପିଲା ଥିଲେ ମଧ୍ୟ ଏହା ଲୁଚାଇ ରଖି ତାଙ୍କ ଝିଅ ପୂଜାଙ୍କୁ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗରେ ସେ ଉଲ୍ଲେଖ କରିଛନ୍ତି ।
ପୂର୍ବ ଘଟଣାକୁ ନେଇ ଗତକାଲି ସଂଧ୍ୟାରେ ମଧ୍ୟ ଉଭୟ ସ୍ୱାମୀଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା । ଆଜି ସକାଳ ପ୍ରାୟ ୮ଟାରେ କୌଣସି ଜିନିଷ କିଣିକି ଆଣିବା ପାଇଁ ଦୁଇଝିଅଙ୍କୁ ଘର ବାହାରକୁ ସୁକାନ୍ତ ପଠାଇ ଦେଇଥିଲେ ।
ପିଲା ଦୁଇଜଣ ବାହାରକୁ ଯିବା ପରେ ଛୁରିରେ ପୂଜା ଉପରେ ସୁକାନ୍ତ ଆକ୍ରମଣ କରିଥିଲେ । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ପୂଜାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ପୁଲିସ ତଦନ୍ତ କରୁଛି । ଏନେଇ ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons