ସ୍ତ୍ରୀର ଚରିତ୍ରକୁ ସନେ୍ଦହ କରି ଠେଙ୍ଗାରେ ପିଟିପିଟି ମାରିଦେଲା ସ୍ୱାମୀ!

Get real time updates directly on you device, subscribe now.

ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ବୀଭତ୍ସ ହତ୍ୟାକାଣ୍ଡ । ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିବା ପରେ ଫେରାର ହୋଇଯାଇଛି ଅଭୁଯୁକ୍ତ ସ୍ବାମୀ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳରାମ ପୁର ରାଗଡା ସାହିରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ବାମୀ । ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିବାରୁ ଘର ବାରଣ୍ଡାରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଶିବାନୀ ପ୍ରଧାନ । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତଦେହକୁ ପୋଲିସ ଡାଇନିଂ ଘରୁ ଜବତ କରିଛି । ତେବେ ଅଭିଯୁକ୍ତ ସ୍ବାମୀ ଦିଲ୍ଲୀପ ପ୍ରଧାନ ଫେରାର ହୋଇଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons