ସ୍ତ୍ରୀର ତଣ୍ଟି ଚିପି ମାରିଲା ସ୍ୱାମୀ

Get real time updates directly on you device, subscribe now.

ଝାରସୁଗୁଡ଼ା,(ବି.ବି.ନୁ୍ୟଜ): ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ନନ୍ଦମୁଣ୍ଡା ଗ୍ରାମରେ ଘଟିଛି ହତ୍ୟାକାଣ୍ଡ । ମହୁଲ ଗୋଟାଇବାକୁ ଯାଇଥିବା ଦମ୍ପତି ମଧ୍ୟରେ ବଚସା ହେବାରୁ ଗାମୁଛାରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛି ସ୍ୱାମୀ । ମୃତ ମହିଳା ଜଣକ ସୁରୁବାଲି ନାୟକ (୩୫) ବୋଲି ଜଣାପଡ଼ିଛି । ଅନ୍ୟପଟେ ଅଭିଯୁକ୍ତ ସ୍ୱାମୀ ରବି ନାଏକ (୩୮)କୁ ଲଇକେରା ପୁଲିସ୍ ଅଟକ ରଖିଛି ।
ସୂଚନାନୁଯାୟୀ ରବି ଓ ସୁରୁବାଲି ମଧ୍ୟରେ ଗତକାଲି ସନ୍ଧ୍ୟାରେ କୌଣସି କାରଣରୁ ବଚସା ହୋଇଥିଲା । ଆଜି ସକାଳେ ଉଭୟେ ମହୁଲ ଗୋଟାଇବା ପାଇଁ ଯାଇଥିଲେ । ସେଠାରେ ପୁଣି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ରବି ଉତ୍ତ୍ୟକ୍ତ ହୋଇ ଧରିଥିବା ଗାମୁଛାରେ ସୁରୁବାଲିଙ୍କ ତଣ୍ଟିକୁ ଚିପି ଦେଇଥିଲା । ଘଟଣାସ୍ଥଳରେ ହିଁ ସୁରୁବାଲିଙ୍କ ମୃତୁ୍ୟ ହୋଇଥିଲା । ଏ ବିଷୟରେ ଖବର ପାଇ ପୁଲିସ୍ ଘଟଣାସ୍ଥଳକୁ ପହଞ୍ଚô ସୁରୁବାଲିଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ରବିକୁ ଅଟକ ରଖିଛି ।
ଘଟଣାସ୍ଥଳକୁ ଝାରସୁଗୁଡ଼ା ଏସ୍ପି ବିକାଶ ଚନ୍ଦ୍ର ଦାଶ, ଝାରସୁଗୁଡ଼ା ଏସ୍ଡିପିଓ କୈଳାସ ଆଚାର୍ଯ୍ୟ, ସାହାସପୁର ଫାଣ୍ଡି ଅଧିକାରୀ ନିତ୍ୟାନନ୍ଦ ସାହୁ, ବାଗଡିହି ଫାଣ୍ଡି ଅଧିକାରୀ ସରୋଜ କୁମାର ନାଏକ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚô ତଦନ୍ତ କରିଛନ୍ତି । ମାଜିଷ୍ଟେ୍ରଟ୍ ଦାୟିତ୍ୱରେ ତପନଦେବ ଚକ୍ରବର୍ତ୍ତୀ ଉପସ୍ଥିତ ଥିଲେ । ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons