କାଲିମେଳା,(ବିବି.ନୁ୍ୟଜ୍): କାଲିମେଳା ଥାନା ଚିନ୍ତଲଓା୍ୱଡା ପଞ୍ଚାୟତ ବଟନିଗୁଡା ଗାଁରେ ଏକ ଅଭାନୀୟ ଘଟଣା ଘଟିଛି । ଧାନଖଳାରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଜଣେ ବୃଦ୍ଧଙ୍କୁ ତାଙ୍କ ପତ୍ନୀ ଆଗରେ ହତ୍ୟା କରି ଫେରାର୍ ହୋଇଯାଇଛନ୍ତି । ମୃତକ ହେଲେ ଦେବା ମାଡକାମୀ(୬୫) । ଏନେଇ ତାଙ୍କ ପୁଅ ରାମା ମାଡକାମୀ ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ୬ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିବା ଆଇଆଇସି ଶେଷଦେବ ବେହେରା କହିଛନ୍ତି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୁରୁବାର ରାତିରେ ଦେବା ଓ ତାଙ୍କ ସ୍ତ୍ରୀ ଘରଠାରୁ ୫ଶହ ମିଟର ଦୂରରେ ଥିବା ତାଙ୍କ ଧାନଖଳା କୁଡିଆରେ ଖାଇସାରି ଶୋଇଥିଲେ । ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ କୁଡିଆକୁ ଆସିଥିଲେ । ଦେବାଙ୍କୁ ନିଦରୁ ଉଠାଇ ନିସ୍ତୁକ ମାଡ ମାରିବା ସହ ପତ୍ନୀଙ୍କ ଆଗରେ ଧାରୁଆ ଅସ୍ତ୍ରରେ ହାଣିଦେଇଥିଲେ । ଏହା ଦେଖି ପତ୍ନୀ ଚିକ୍ରାର କରିବାରୁ ନିକଟରେ ଥିବା କୁଡିଆର ଲୋକମାନେ ସେଠାରେ ପହଞ୍ଚିଥିଲେ । ଲୋକଙ୍କୁ ଦେଖି ଦୁର୍ବୃତ୍ତମାନେ ରାତିର ଅନ୍ଧାରରେ ସେଠାରୁ ଫେରାର୍ ହୋଇଯାଇଥିଲେ । ଗ୍ରାମବାସୀ ଦେବାଙ୍କୁ ମୁମୂର୍ଷୁ ଅବସ୍ଥାରେ କାଲିମେଳା ଡାକ୍ତରଖାନା ନେବା ସମୟରେ ତାଙ୍କ ମୃତୁ୍ୟ ଘଟିଥିଲା । ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ଦେବାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଦେବାଙ୍କ ସାନପୁଅ ରାମା ଥାନାରେ ଲିଖିତ ଏତଲା ଦେଇଛନ୍ତି । ଆଇଆଇସି ଶ୍ରୀ ବେହେରା, ଏସଆଇ ସୋମନାଥ ଦଳବେହେରା, ଏଏସଆଇ ଗୋବିନ୍ଦଚନ୍ଦ୍ର ପାତ୍ର ପ୍ରମୁଖଙ୍କ ସହ ପୁଲିସ ଟିମ୍ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କୁଡିଆରେ ପଡିଥିବା ରକ୍ତନମୁନା ସହ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯାଇଛି । ବ୍ୟବଚ୍ଛେଦ ପରେ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଥିବା ଶ୍ରୀ ବେହେରା କହିଛନ୍ତି । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିଲେ ମଧ୍ୟ ଜମିବାଡି ବିବାଦ ନେଇ ହତ୍ୟା ହୋଇଥିବା କେତେକ ଗ୍ରାମବାସୀ ସନେ୍ଦହ କରୁଛନ୍ତି । ପୁଲିସ ଗାଁର ୬ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ଏନେଇ ଥାନାରେ ୧/୨୦ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ସୂଚନା ଯୋଗ୍ୟ ଯେ, ଦେବାଙ୍କ ୩ ପୁଅ ଅଛନ୍ତି । ବଡ ଇର୍ମା ଓ ମଝିଆ ଭୀମା ଦୀର୍ଘଦିନ ହେଲା ନିଜ ଗାଁରେ ନରହି ତୁମସାପାଲି ଗାଁରେ ପରିବାର ସହ ରହୁଛନ୍ତି । ସାନ ପୁଅ ରାମାଙ୍କ ପାଖରେ ଉଭୟ ବୃଦ୍ଧ ବାପାମା’ ରହିଆସୁଥିଲେ ।


Comments are closed, but trackbacks and pingbacks are open.