ସ୍ତ୍ରୀ ସାମ୍ନାରେ ପଥରରେ ଛେଚି ସ୍ବାମୀଙ୍କୁ ହତ୍ୟା: ଅଭିଯୁକ୍ତ ଫେରାର

Get real time updates directly on you device, subscribe now.

ଦଶମନ୍ତପୁର: ଗୁଣି ଗା​‌ରେଡି ସନ୍ଦେହରେ ସ୍ତ୍ରୀ ସାମ୍ନାରେ ସ୍ବାମୀଙ୍କୁ ପଥରରେ ଛେଚି ଛେଚି ହତ୍ୟା। ଦଶମନ୍ତପୁର ଜାନିଗୁଡା ସାହିର ସାଇ ହବିକାଙ୍କୁ ହତ୍ୟା କରାଯାଇଛି। ତାଙ୍କ ସ୍ତ୍ରୀଙ୍କ ସାମ୍ନାରେ ସାଇ ହବିକାଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ସ୍ତ୍ରୀଙ୍କ ନାଁ ଶିରିମା ସାଉଁନ୍ତା। ଗୁଣି ଗରେଡ଼ି ସନ୍ଦେହରେ ହାଡି ସାଉଁନ୍ତା ଏବଂ ତୁମ୍ବି ସାଉଁନ୍ତା ତାଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପରେ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଜବତ କରିଛି। ଅଭିଯୁକ୍ତ ୨ ଭାଇ କୁଆଡ଼େ ଫେରାର ହୋଇ ଯାଇଛନ୍ତି।
ମୃତକ ସାଇ ଓ ତାର ସ୍ତ୍ରୀ ଗୁଣି କରୁଥୁବା ନେଇ ହତ୍ୟାକାରୀ ୨ ଭାଇ ହତ୍ୟା କରିବାକୁ ଧମକ ଦେଇ ଆସୁଥିଲେ। ୨ ଭାଇଙ୍କ ବିରୋଧରେ ଥାନାରେ ଅଭିଯୋଗ କରି ସ୍ବାମୀ ଏବଂ ସ୍ତ୍ରୀ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ୨ ଭାଇ ହଠାତ୍‌ ସାଇ ଉପରେ ଆକ୍ରମଣ କରିଥିଲେ। ୨ ଭାଇ ହବିକାଙ୍କୁ ପଥରରେ ଛେଚି ଛେଚି ହତ୍ୟା କରିଥିବା ଜଣାପଡିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons