କୋଷାଗୁମୁଡ଼ା,(ବି.ବି.ନୁ୍ୟଜ୍): ସ୍ତ୍ରୀ ହତ୍ୟା ଅଭିଯୋଗରେ କୋଡିଙ୍ଗା ପୁଲିସ ଡଙ୍ଗରା ପଞ୍ଚାୟତ କୁମ୍ଭାରଗୁଡା ଗାଁର ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଭରତ ଭତ୍ରା । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସରିତା ମହାପାତ୍ର କହିଛନ୍ତି ।
ସୂଚନା ଥାଉକି, ଗତ ୯ତାରିଖରେ କୁମ୍ଭାରଗୁଡା ଗାଁର ଭରତ ଓ ତାଙ୍କ ସ୍ତ୍ରୀ ଫୁଲ ଭତ୍ରାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ଓ ପରେ ମାରପିଟ ହୋଇଥିଲା । ୧୦ ତାରିଖରେ ଫୁଲଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ପାପଡାହାଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଭଲ ହେବା ପରେ ୧୧ ତାରିଖରେ ଫୁଲଙ୍କୁ ଘରକୁ ନେଇ ଆସିଥିଲେ ଭରତ । ଏହାର ୩ ଦିନ ପରେ ଅର୍ଥାତ୍ ୧୪ ତାରିଖ ସନ୍ଧ୍ୟାରେ ଫୁଲଙ୍କ ମୃତୁ୍ୟ ଘଟିଥିଲା । ସ୍ତ୍ରୀଙ୍କ ମୃତୁ୍ୟ ପରେ ଭରତ ଫେରାର୍ ହୋଇଯାଇଥିଲେ । ଏହା ଜଣାପଡିବା ପରେ ଫୁଲଙ୍କ ଦୁଇ ଭାଇ କୋଡିଙ୍ଗା ଥାନାରେ ଭିଣୋଇ ଭରତଙ୍କ ନାଁରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୁଲିସ ତଦନ୍ତ ଆରମ୍ଭ କରିିଛି । ଅନ୍ୟପକ୍ଷେ ମହିଳାଙ୍କ ଶବଜବତ ପରେ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିବା ପୁଲିସ କହିଛି । ଏନେଇ ଥାନାରେ ଏକ ହତ୍ୟାମାମଲା ରୁଜୁ କରାଯାଇ ଫେରାର୍ ଅଭିଯୁକ୍ତକୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିଲା । ଆଜି ଭରତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସରୀତା ମହାପାତ୍ର କହିଛନ୍ତି ।
Comments are closed, but trackbacks and pingbacks are open.