ସ୍ଥାନାନ୍ତର ହେଲା ଡିଏଚଏଚ୍ ପାଥୋଲ୍ୟାବ୍

Get real time updates directly on you device, subscribe now.

ଜୟପୁର: ସ୍ଥାନୀୟ ଆଉଟ୍ ଡୋର ପାଖରେ ଥିବା ଜିଲ୍ଲା ହସପିଟାଲ ପାଥୋଲ୍ୟାବ୍କୁ ସ୍ଥାନାନ୍ତର କରାଯାଇଛି । ପୁରୁଷ ଭେଷଜ ୱାର୍ଡ ଉତ୍ତର ଦିଗରେ ଥିବା ଏକ କୋଠରୀରେ ଏହା କାର୍ଯ୍ୟ ଆରମ୍ଭ କରିଛି । ଏବେ ଲ୍ୟାବ୍ରେ ମଳ, ମୂତ୍ର ଏବଂ ରକ୍ତ ସମ୍ପର୍କିତ ମାତ୍ର କେତୋଟି ପରୀକ୍ଷା କରାଯାଉଛି । ଆସନ୍ତା ସୋମବାର ସୁଦ୍ଧା ପାଥୋଲ୍ୟାବ୍ଟି ପୂର୍ବ ଭଳି ସ୍ୱୟଂସମ୍ପୂର୍ଣ୍ଣ ଭାବେ କାମ କରିବ ବୋଲି ଜଣେ ଅଧିକାରୀ କହିଛନ୍ତି ।
ପୁରୁଷ ଭେଷଜ ୱାର୍ଡ ଉତ୍ତର ଦିଗରେ ପୂର୍ବରୁ ଆହାର କେନ୍ଦ୍ର ରହିଥିଲା । ଏହା ଡାକ୍ତରଖାନାର ମୁଖ୍ୟ ଗେଟ୍ ପାଖରେ କରାଯାଇଥିବା ନିଜସ୍ୱ କୋଠାକୁ ସ୍ଥାନାନ୍ତର କରାଯାଇଥିଲା । ଆହାର କେନ୍ଦ୍ର ସ୍ଥାନାନ୍ତର ପରେ ବର୍ଷେରୁ ଅଧିକ ଦିନ ହେବ କୋଠରୀଟି ଅବ୍ୟବହୃତ ହୋଇ ପଡିଥିଲା । ରୋଗୀ ସଂଖ୍ୟା ବଢୁଥିବାରୁ ସବୁବେଳେ ଆଉଟ୍ ଡୋରରେ ଭିଡ ଲାଗି ରହୁଛି । ଏଥିସହ ଆଉଟ୍ ଡୋର ପାଖରେ ରକ୍ତ, ମଳ, ମୂତ୍ର ପରୀକ୍ଷାଗାର ଥିବାରୁ ଅଧିକାଂଶ ସମୟ ଭିଡ ଲାଗି ରହୁଥିଲା । ରୋଗୀ ସେବା ବ୍ୟାହତ ହେଉଥିଲା । ଏହାକୁ ଆଖିରେ ରଖି ପ୍ରଶାସନ ପକ୍ଷରୁ ପାଥୋଲ୍ୟାବ୍ ସ୍ଥାନାନ୍ତର ଲାଗି ନିଷ୍ପତ୍ତି ନିଆଯାଇଥିଲା । ୨ ଦିନ ତଳେ ଏହା ସ୍ଥାନାନ୍ତର କରାଯାଇଛି । ପାଥୋଲ୍ୟାବ୍ରେ ଥିବା ଅଟୋମେଟିକ୍ ମେସିନ୍ଗୁଡ଼ିକୁ ଅନଇନଷ୍ଟଲ୍ କରାଯାଇଥିବାରୁ ବିଭିନ୍ନ ପରୀକ୍ଷା ହୋଇପାରୁନି । ଇଞ୍ଜିନିୟର ଆସିବା ପରେ ମେସିନ୍ ପୁଣି ଥରେ ଇନଷ୍ଟଲ୍ କରାଯିବ । ପରୀକ୍ଷା ରିପୋର୍ଟ ବାରମ୍ବାର ରିଚେକ୍ ପରେ ଏହା ଠିକ୍ ହେଲା ବୋଲି ଧରାଯିବ । ପରେ ରୋଗୀ ସେବା ଯୋଗାଇ ଦିଆଯିବ । ଅଗଷ୍ଟ ୨ ତାରିଖ ସୁଦ୍ଧା ସମସ୍ତ କାମ ସରିଯିବ ବୋଲି ଆଶା କରାଯାଉଥବା ଅଧିକାରୀ ଜଣଙ୍କ କହିଛନ୍ତି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons