ପୁରୀ, (ବି.ବି.ନୁ୍ୟଜ): ଜୁନ୍ ୫ ତାରିଖରେ ହେବ ଶ୍ରୀଜୀଉଙ୍କ ସ୍ନାନଯାତ୍ରା । ଏହାକୁ ଦୃଷ୍ଟିରେ ରଖି ପତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ଆଜି (ରବିବାର) ସ୍ନାନମଣ୍ଡପକୁ ଯାଞ୍ଚ କରାଯାଇଛି । ଏଏସ୍ଆଇ ସୁପରିଟେଣ୍ଡଣ୍ଟ ଅରୁଣ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଏହାକୁ ଯାଞ୍ଚ କରିଥିଲେ । ସ୍ନାନମଣ୍ଡପରେ ପଥର ପରିବର୍ତ୍ତନ କିଭଳି ଭାବରେ ହୋଇଛି, ତାହା ସଠିକ୍ ଭାବେ ହୋଇଛି ନା ନାହିଁ, ସେସବୁ ଯାଞ୍ଚ କରିଥିଲା ଟିମ୍ । ଏହାସହ ଶ୍ରୀମନ୍ଦିର ଜଗମୋହନ ଓ ନାଟ ମଣ୍ଡପର ବି ସ୍ଥିତି ଅନୁଧ୍ୟାନ କରିଥିଲେ । ଆଗକୁ ରଥଯାତ୍ରା ଥିବାରୁ ଏଭଳି ରୁଟିନ୍ ଯାଞ୍ଚ ଚାଲିବ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି ।
Comments are closed, but trackbacks and pingbacks are open.