ପୁରୀ (ବି.ବି.ନୁ୍ୟଜ୍): ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଲାଗି ଜାିର ହେବ ୧୪୪ ଧାରା । ଆସନ୍ତା ୫ ତାରିଖରେ ସ୍ନାନଯାତ୍ରା ଅନୁÂିତ ହେବାକୁ ଥିବାବେଳେ ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ପର୍ଯ୍ୟନ୍ତ ଲାଗୁ ହେବ ୧୪୪ ଧାରା ଜାରି । ସମୀକ୍ଷା ବୈଠକ ପରେ ଜିଲ୍ଲାପାଳ ବଲବନ୍ତ ସିଂହ ଏହି ସୂଚନା ଦେଇଛନ୍ତି । ଲୋକଙ୍କ ଯା’ଆସ ରୋକିବାକୁ ୧୪୪ ଜାରି ପାଇଁ ଯୋଜନା କରାଯାଇଛି । ୧୪୪ କେବଳ କାଗଜ କାମ ବାକି ଅଛି ବୋଲି କହିିଛନ୍ତି ପୁରୀ ଜିଲ୍ଲାପାଳ । ସ୍ନାନଯାତ୍ରା କିଭଳି ସାମାଜିକ ଦୂରତା ରକ୍ଷା କରାଯାଇ କରାଯିବ, ତାହା ଉପରେ ଆଜି ନୀଳାଦ୍ରି ଭକ୍ତ ନିବାସରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁÂିତ ହୋଇଛି । ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପରିଚାଳନା କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଜନାର୍ଦ୍ଧନ ପଟଯୋଶୀ ମହାପାତ୍ର ଓ ଛତିଶା ନିଯୋଗ ଉପସ୍ଥିତିରେ ହୋଇଥିବା ବୈଠକରେ ସ୍ନାନଯାତ୍ରା ଉପରେ ଆଲୋଚନା ହୋଇଛି । ବୈଠକ ପରେ ୧୪୪ ଧାରା ଜାରି ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି । ସେପଟେ ଚକ ଡେଣା ବିଧି ମୁତାବକ ସମ୍ପନ୍ନ ହୋଇଛି । ଅଖ ଉପରେ ପଡ଼ିଲା ଦଣ୍ଡା । ନନ୍ଦୀଘୋଷ ରଥ ଓ ତାଳଧ୍ୱଜ ରଥରେ ୯ଟି ଦଣ୍ଡା ସହ ଦୁଇଟି ମୁହାଁଟ, ଦେବଦଳନର ରଥରେ ୭ଟି ଦଣ୍ଡା ଏବଂ ଦୁଇଟି ମୁହାଁଟ ଲଗାଯାଇଛି । ପରେ ସେଥିରେ ନିରାଡି, ଜଳଯନô ଓ କଣ ଗୁଜ ଲାଗିବା ବିଧିର ବହୁତ ପୂର୍ବରୁ ଚାରିନାହାକା ଉଠିଛି । ବିଧି ମୁତାବକ ଦେବସ୍ନାନ ପୂର୍ଣ୍ଣିମାରେ ଚାରିନାହାକା ଉଠାଯାଇଥାଏ । କିନ୍ତୁ ଏହାର ପୂର୍ବରୁ ଚାରିନାହାକା ଉଠାଯାଇଛି । ମହାରଣା ଓ ଭୋଇ ସେବକମାନେ ତିନି ରଥର ଚାରିନାହାକା ଉଠାଇବା ପରେ ଛଛକାଠ, ୧୪ ନାହାକା ଓ ପ୍ରଥଢ଼ ଭୂଇଁ କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ମହାରଣା ସ ଭୋଇ ସର୍ଦ୍ଧାର କହିଛନ୍ତି ।
Comments are closed, but trackbacks and pingbacks are open.