ରାୟପୁର : ରାୟପୁରରେ ଏବେ ଲଗାତାରଭାବେ ସ୍ପା ସେଣ୍ଟରମାନଙ୍କରେ ଦେହ ବ୍ୟବସାୟର ଖବର ସାମନାକୁ ଆସୁଛି। ଏବେ ପୁଣି ଥରେ ଖହ୍ମାରଡିହ ନିକଟସ୍ଥ ବେଦା ସ୍ପା ସେଣ୍ଟରରେ ପୋଲିସ୍ ଟିମ୍ ଚଢ଼ଉ କରି ବହୁଳ ପରିମାଣରେ ଆପତ୍ତିଜନକ ଜିନିଷ ଜବତ ସହିତ ୫ଯୁବତୀ ଏବଂ ଦୁଇ ଯୁବକଙ୍କୁ ପଚରାଉଚୁରା ପାଇଁ ଥାନାକୁ ଆଣିଛି।
ଥାନା ମୁଖ୍ୟଙ୍କ କହିବା ଅନୁସାରେ ଲଗାତାର ସ୍ପା ସେଣ୍ଟରରେ ଦେହ ବ୍ୟବସାୟର ଅଭିଯୋଗ ଆସୁଥିଲା। ଫଳରେ ଆଜି ସେଠାରେ ଚଢ଼ଉ କରାଯାଇ ୫ଯୁବତୀ ଏବଂ ୨ଜଣ ଯୁବକଙ୍କୁ ସେଠାରୁ ଗିରଫ କରାଯାଇଛି। ଏବେ ସେମାନଙ୍କୁ ପଚରାଉଚୁରା କରାଯାଉଛି। ଏହା ପରେ ପୂରା ଘଟଣା ବିଷୟରେ ଜଣା ପଡ଼ିଯିବ।
Comments are closed, but trackbacks and pingbacks are open.