ସ୍ବାମୀ ରାତିରେ ଯାଇଥିଲେ ଯାତ୍ରା ଦେଖି, ଏପଟେ ପୁରୁଷ ବନ୍ଧୁ ସହ ସ୍ତ୍ରୀ କରୁଥିଲା ରାସଲୀଳା

Get real time updates directly on you device, subscribe now.

ବାଲେଶ୍ବର : ବାଲେଶ୍ବର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି ।ଘଟଣାଟି ହେଉଛି ଏହିପରି- ସ୍ବାମୀ ଘରେ ନଥିଲେ । ଯାତ୍ରା ଦେଖିବା ପାଇଁ ଯାଇଥିଲେ ।ଏହାର ସୁଯୋଗ ନେଇ ସ୍ତ୍ରୀ ନିଜର ପୁରୁଷ ବନ୍ଧୁ ସହ ଘରେ କରୁଥିଲେ ରାସଲୀଳା । ଏକଥା ସାହି ପଡିଶା ଜାଣିବାପରେ ଘଟିଥିଲା ତୁମୁଳକାଣ୍ଡ ।
ରାସଲୀଲା ଚାଲିଥିବାବେଳେ ସାହି ପଡିଶା ଲୋକେ ଘରେ ପଶି ରସିକ ନାଗର- ମହିଳାଙ୍କ ପୁରୁଷ ବନ୍ଧୁଙ୍କୁ ଘୋଷାରି ଆଣିଥିଲେ। ତାପରେ ସାହି ଦାଣ୍ଡରେ ଉଭୟଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ଦେଇଥିଲେ ।ମହିଳାଙ୍କ ସ୍ବାମୀଙ୍କ ପରିବାର ଲୋକେ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।
ଏମିତି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା କେଶପୁର ଗାଁ ରେ । ଖବରପାଇବା ପରେ ପୋଲିସ ଉଭୟ ମହିଳା ଓ ତାଙ୍କ ପୁଋଷବନ୍ଧୁ ଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା । ଏପଟେ ସ୍ବାମୀ ଯାତ୍ରା ରୁ ଫେରି ସମସ୍ତକଥା ଜାଣିବାପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ତାଙ୍କ ସ୍ତ୍ରୀର ଅନ୍ୟ ଯୁବକ ସହ ଶାରୀରିକ ସମ୍ପର୍କ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।
କିନ୍ତୁ ମହିଳା ଜଣକ କୌଣସି ଅଭିଯୋଗ କରିନଥିବାବାରୁ ସୁପ୍ରିମକୋର୍ଟଙ୍କ ରାୟର ନଜୀର ଦେଇ ପୋଲିସ ଉଭୟ ଙ୍କୁ ଛାଡିଦେଇଛି ।ହେଲେ ମହିଳା ଙ୍କୁ ତାଙ୍କ ସ୍ବାମୀ ଘରେ ନପୂରେଇବାରୁ ସେ ତାଙ୍କ ବାପଘରକୁ ଚାଲିଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons