ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ରରୁଆଁଥାନା ଅନ୍ତର୍ଗତ କାଶିଆ ଗ୍ରାମରେ ଅଘଟଣ । କୌଣସି କାରଣ କୁ ନେଇ ଗ୍ରାମର ତିନି ଭାଇ କରୁଣାକର ନାଏକ (ଠେଲୁ) ଶ୍ରୀକାନ୍ତ ନାଏକ (ଜେଣ୍ଡ)ମିଶ୍ର ନାଏକ (କଲୁ)ତିନି ଭାଇ ମିଶି ଗ୍ରାମର ଅନାମ ନାଏକ ନାମକ ଯୁବକ ଏବଂ ତାଙ୍କ ସ୍ତ୍ରୀ ବିଟି ନାଏକଙ୍କୁ ଗାଁ ଦାଣ୍ତରେ ଗୋଡ଼ାଇ ଗୋଡ଼ାଇ ଏକ କୋଦାଳରେ ହାଣିଛନ୍ତି।,ଯାହା ଫଳରେ ଘଟଣା ସ୍ଥଳରେ ଅନାମ ନାଏକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହଇ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି ହଇଛନ୍ତି ।
ହତ୍ୟାକାଣ୍ଡର କାରଣ ଜଣା ପଡିନଥିଲା ବେଳେ ସମାନ୍ୟ କାଠ କୋଟାକୁ ନେଇ ଗଣ୍ଡଗୋଳ ହୋଇଥିବା କହିଛନ୍ତି ଗ୍ରାମବାସୀ ।ତେବେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରୁଥିବା ବେଳେ ମୁଖ୍ୟ ଆସାମୀ କରୁଣାକର ନାଏକ ଏବଂତାଙ୍କ ଦୁଇ ସହଯୋଗୀ ଭାଇ ସିଙ୍ଗଡ଼ା ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି ।ତେବେ ବର୍ତ୍ତମାନ ରରୁଆଁ ଥାନା ଅଧିକାରିଣୀ ଦିବ୍ୟକାନ୍ତି ଲାକ୍ରା ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
Comments are closed, but trackbacks and pingbacks are open.