ସ୍ବାମୀ-ସ୍ତ୍ରୀଙ୍କୁ ନିର୍ମମ ହତ୍ୟା ! ହାତଗୋଡରେ ପଥର ବାନ୍ଧି ଫିଙ୍ଗି ଦେଇଥିଲେ ଡ୍ୟାମ୍ ଭିତରକୁ, ୭୦ ଘଣ୍ଟା ପରେ ମିଳିଲା ଶବ

Get real time updates directly on you device, subscribe now.

ଉଦଳା: ଉଦଳାରେ ଫୁଟବଲ ଖେଳ ଦେଖିବାକୁ ଯାଇ ନିଖୋଜ ହୋଇଥିବା ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ସୋନ ଡ୍ୟାମ୍ ରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍ । ଉଭୟଙ୍କୁ ହତ୍ୟା କରିବା ପରେ ପଥର ବାନ୍ଧି ଡ୍ୟାମ୍ ରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ଦୀର୍ଘ 70 ଘଣ୍ଟା ପରେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସୂଚନାଯୋଗ୍ୟ ଯେ, ଗତ ୬ ତାରିଖ ଅପରାହ୍ନ ୩ଟା ସମୟରେ ସିତାରାମ ସାହି ଗାଁର ସୀତାରାମ ସିଂ ଓ ଲେତ ସିଂ ଫୁଟବଲ ଖେଳ ଦେଖିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ବହୁ ଖୋଜାଖୋଜି ପରେ ଘର ନିକଟ ବିଲରୁ ସୀତାରାମଙ୍କ ଜୋତା ଓ ଲେତଙ୍କ ଚୁଡି ମିଳିବା ସହ ରକ୍ତଛିଟା ଲାଗିଥିବା ଦେଖିବାକୁ ମିଳିଥିଲା ।
ଦମ୍ପତ୍ତିଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିବା ପରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । ସନ୍ଧାନୀ କୁକୁରକୁ ଧରି ସ୍ଥାନୀୟ ସୁନେଇ ଡ୍ୟାମରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା । ଅଗ୍ନିଶମ ବିଭାଗ କର୍ମଚାରୀ ଡ୍ୟାମ୍ ଭିତରେ ପଶି ବହୁ ଖୋଜାଖୋଜି କରିବା ପରେ ବି କିଛି ପତ୍ତା ପାଇନଥିଲେ ।
ଦୁଇ ଦିନ ଧରି ଅଗ୍ନିଶମ ବିଭାଗ ସହ ପୋଲିସ ମିଳିତ ଭାବରେ ପୁରା ଡ୍ୟାମର ଚାରିପାଖ ଓ ଡ୍ୟାମ୍ ମଧ୍ୟରେ ବୋଟ୍ ସହାୟତାରେ ଖୋଜିଥିଲେ ବି ଦମ୍ପତ୍ତିଙ୍କ ପତ୍ତା ମିଳିନଥିଲା । ବିଲରେ ସେମାନଙ୍କର ଚପଲ ଚୁଡି ପଡିଥିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲା । ଗୁଣିଗାରେଡି ସନ୍ଦେହରେ ଗତ ଅଗଷ୍ଟ ୩୧ ତାରିଖରେ ଦମ୍ପତ୍ତିଙ୍କୁ କିଛି ଲୋକ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଥିଲା । ତେବେ ଆଜି ଡ୍ୟାମ୍ ରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଗୁଣି ପାଇଁ ଉଭୟଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons