ସ୍ୱଚ୍ଛ ସର୍ବେକ୍ଷଣରେ ଟପ୍ ଟେନ୍ ଲକ୍ଷ୍ୟ, ଟୋଲ୍ ଫ୍ରି ନମ୍ବର ଜାରି

Get real time updates directly on you device, subscribe now.

ପୁରୀ, (ବି.ବି.ବୁ୍ୟରୋ): ପୁରୀ ପୌରାଞ୍ଚଳରେ ଆରମ୍ଭ ହୋଇଛି ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦ । ଏନେଇ ଲୋକ ସେମାନଙ୍କ ମତାମତ ସ୍ୱଚ୍ଛତା ଆପ୍ରେ ଦେବାକୁ ପୌରସଂସ୍ଥା ଆରମ୍ଭ କରିଛି ଅଭିଯାନ । ଟୋଲ୍ ଫ୍ରି ବା ନିଃଶୁଳ୍କ ହେଲ୍ପ ଲାଇନ ୧୯୬୯ ନମ୍ବର ମଧ୍ୟ ଜାରି କରାଯାଇ ସର୍ବେକ୍ଷଣରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । ଦେଶର ୧୦ ସହର ଭିତରେ ରହିବା ନିମନ୍ତେ ପୁରୀ ପୌରାଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସକାଶେ ପୌରସଂସ୍ଥା ପକ୍ଷରୁ ଲୋକଙ୍କ ସହଯୋଗ ମଧ୍ୟ ଲୋଡ଼ା ଯାଇଛି । ସ୍ୱଚ୍ଛ ସର୍ବେକ୍ଷଣରେ ପୁରୀ ସହରକୁ ନମ୍ବର ମିଳିବାକୁ ଥିବାରୁ ଲୋକେ ସତର୍କତା ପୂର୍ବକୁ ନିଜ ପରିବେଶକୁ ସଫା ରଖିବା ଜରୁରି ବୋଲି କାନ୍ଥରେ ସଚେତନତା ଚିତ୍ର କରାଯାଇଛି । ପୁରୀ ପୌରସଂସ୍ଥା ଅଫିସ୍ କାନ୍ଥରେ ହୋଇଥିବା ଚିତ୍ରକୁ ପୌର ପ୍ରଶାସନ ପକ୍ଷରୁ ଟୁଇଟ୍ କରାଯାଇଛି । ସୂଚନା ଯୋଗ୍ୟ ୨୦୧୭ ସ୍ୱଚ୍ଛ ସର୍ବେକ୍ଷଣରେ ପୁରୀ ପୌରାଞ୍ଚଳକୁ ୧୯୪ ସ୍ଥାନ ମିଳିଥିଲା । ଏହା ପରେ କିମ୍ବା ପୂର୍ବରୁ ପୁରୀକୁ ଭଲ ମାର୍କ ମିଳିନି । ନୂଆ ଅଳିଆ ସଂଗ୍ରହ ବ୍ୟବସ୍ଥା ସହ ୨୦୨୦ ମସିହାରେ ପୁରୀ ପୌର ପ୍ରଶାସନ ସ୍ୱଚ୍ଛ ସର୍ବେକ୍ଷଣରେ ଟପ୍ ଟେନ୍ରେ ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରଖିଛି । ପୁରୀ ବେଳାଭୂମି ସଫା ରଖିବାରେ ରାଜ୍ୟର ୨ ନମ୍ବର ସ୍ଥାନ ପକ୍କା କରିଥିବା ପ୍ରଶାସନ ସ୍ୱଚ୍ଛ ସର୍ବେକ୍ଷଣରେ ବଡ଼ ଲକ୍ଷ୍ୟ ହାସଲ ଯୋଜନା କରିଛି । ପୁରୀରେ ଯାତ୍ରୀ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସହରକୁ ସ୍ୱଚ୍ଛ ରଖି ସ୍ୱାସ୍ଥ୍ୟକର ପରିବେଶ ସମସ୍ତଙ୍କୁ ଦେବା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons