
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଲାଇଫ ଲାଇନ ଲୋୟର ସୁକତେଲ ପ୍ରକଳ୍ପ କାମ ପୁଣିଥରେ ଆରମ୍ଭ ହୋଇଛି । ଦୀର୍ଘ ଦିନରୁ ବନ୍ଦ ପଡ଼ିଥିବା ବଲାଙ୍ଗିରର ଲାଇଫ ଲାଇନ କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପକୁ ମିଳିବ ସଂଜୀବନୀ । ବଲାଙ୍ଗୀର ଲାଇଫ ଲାଇନ ଲୋୟର ସୁକତେଳ ପ୍ରକଳ୍ପ କାମକୁ ନେଇ ସରକାରଙ୍କ ତତ୍ପରତା ଦେଖାଦେଇଥିବା ବେଳେ କାମ ଏବେ ପୁଣି ଥରେ ଆରମ୍ଭ ହୋଇଛି । ପ୍ରଥମେ ରାସ୍ତା କାମ ଓ ପରେ ଡ୍ୟାମ୍ ଆଡିବନ୍ଧ କାମ ଜୋରସୋରରେ ଚାଲିଛି ।
ଅନ୍ୟପଟେ କିନ୍ତୁ ସରକାର କରିଥିବା ସ୍ବତନ୍ତ୍ର ବିସ୍ଥାପିତଙ୍କ ପାଇଁ ପ୍ୟାକେଜରେ ଠିକ୍ ଭାବରେ ବିସ୍ଥାପିତଙ୍କୁ ତାଙ୍କ କ୍ଷତିପୂଣର ମିଳୁନଥିବା ଅଭିଯୋଗ ଆସିଲାଣି । ବିସ୍ଥାପିତ ହେବାକୁ ଥିବା କିଛି ଗ୍ରାମବାସୀ ଏନେଇ କରିଛନ୍ତି ବୈଠକ ଓ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚି କରିଛନ୍ତି ଏଭଳି ଅଭିଯୋଗ । ତେବେ ଗୋଟିଏ ଆରପିଡିଏସସି ବୈଠକ କରାଯିବା ସହ ପ୍ୟାକେଜରେ ଆସିଥିବା ଟଙ୍କାକୁ ଉଚିତ ବିସ୍ଥାପିତଙ୍କୁ ଦିଆଯିବା ପାଇଁ ଦାବି କରିଛନ୍ତି । ଯେଉଁଥିରେ ତାଙ୍କ ଜମି ଟଙ୍କାଠାରୁ ଆରମ୍ଭ କରି ଘର ଓ ବିଭିନ୍ନ ଟଙ୍କା ୨୦୧୩ ଆଇନ ଅନୁଯାୟୀ ଯାହା ମିଳିବା କଥା ତାକୁ ଏସଗ୍ରାସିଆ ଭାବରେ ଦିଆଯାଉଥିବା ବେଳେ ତାହା ଠିକ୍ ଭାବରେ ମିଳୁନଥିବା ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ରାଜ୍ୟ ସରକାରଙ୍କ ପ୍ରକଳ୍ପକୁ ନେଇ ୧୦୦ କୋଟି ଟଙ୍କା ଘୋଷଣା ପରେ ପରଧିଆ ପାଲି, ଖୁଣ୍ଟ ପାଲି ସହ ବିଭିନ୍ନ ବିସ୍ଥାପିତ ଗାଁରେ ଲୋକଙ୍କୁ ଟଙ୍କା ବଣ୍ଟନ କାମ ଆରମ୍ଭ ହୋଇଛି । ଡ୍ୟାମରେ ମାଟି କାମ ଆରମ୍ଭ କରାଯାଇଛି । ଯେଉଁ ସବୁ ଅସୁବିଧା ରହିଛି ଲୋକଙ୍କ ତାକୁ ନେଇ ଅଧିକାରୀମାନଙ୍କୁ ତାହାର ତଦାରଖ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ବିସ୍ଥାପିତଙ୍କୁ ଉଚିତ ଥଇଥାନ ଓ କ୍ଷତିପୂରଣ ମିଳୁନଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ରୋକଠୋକ ବାଣୀ ଶୁଣାଇଛନ୍ତି ଜିଲ୍ଲାପାଳ । କାମ ବର୍ତ୍ତମାନ ଆଉ ବନ୍ଦ କରାଯିବ ନାହିଁ କିମ୍ବା ଥଇଥାନ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ ହେଲେ ଯେଉଁ ସବୁ ସମସ୍ୟା ରହିଛି ତାକୁ ନେଇ ଲୋକଙ୍କ ସହ ଆଲୋଚନା କରି ବାଟ ଫିଟାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।


Comments are closed, but trackbacks and pingbacks are open.