ମୟୁରଭଞ୍ଜ,(ବି.ବି.ନୁ୍ୟଜ୍): ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ଅନ୍ତର୍ଗତ ପୁଣ୍ୟତୋୟା ବୈତରଣୀ ନଦୀର ଭୀମକୁଣ୍ଡର ସ୍ୱାତୀଘାଟ ଠାରେ ସାନ୍ତାଳୀ ସଂପ୍ରଦାୟର ସାମୂହିକ ଅସ୍ଥି ବିସର୍ଜ୍ଜନ ପରମ୍ପରା ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଯାଇଛି । ଦାମୋଦର ମେଳା ଭାବେ ପ୍ରସିଦ୍ଧ ଏହି ଧାର୍ମିକ ଉତ୍ସବାନୁÂାନରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ଉକ୍ତ ମେଳା ମାରାଂବୁରୁ କମିଟି କଲେଇଯାଉ ଦ୍ୱାରା ପରିଚାଳିତ କରାଯାଇଥିବାବେଳେ ରାଜ୍ୟୁ ତଥା ରାଜ୍ୟ ବାହାରୁ ସାନ୍ତାଳୀ ସଂମ୍ପ୍ରଦାୟର ଲକ୍ଷ ଲକ୍ଷ ଲୋକ ଆସିଥିଲେ । ସେମାନେ ସ୍ୱାତୀଘାଟରେ ଅସ୍ଥି ବିସର୍ଜନ ପୂର୍ବକ ପବିତ୍ର ବୁଡ଼ ପକାଇଥିଲେ । ଏଥିସହିତ ପିତୃପୁରୁଷଙ୍କ ଉଦେ୍ଧଶ୍ୟରେ ମାରାଂବୁରୁ ମନ୍ଦିରରେ ତୈଳାଭିଷେକ କରି ପୂଜାର୍ଚ୍ଚନା କରିଥିଲେ ।
ସାନ୍ତାଳୀମାନଙ୍କର ବିଶ୍ୱାସ ଅଛି ଯେ,ଗୁପ୍ତଗଙ୍ଗା ବୈତରଣୀର ସ୍ୱତୀଘାଟରେ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ କଲେ ସେମାନଙ୍କ ଆତ୍ମାର ସଦଗତି ହୋଇଥାଏ । ଏଥିପାଇଁ ରାଜ୍ୟରୁ ତଥା ରାଜ୍ୟବାହାରୁ ତଥା ସ୍ଥାନୀୟ ସାନ୍ତାଳୀ ସଂପ୍ରଦାୟର ଲୋକେ ପ୍ରତିବର୍ଷ ଜାନୁୟାରୀ ୨୦ ତାରିଖରେ ଆୟୋଜିତ ଭୀମକୁଣ୍ଡ ଦାମୋଦର ମେଳାକୁ ଆସିଥାନ୍ତି । ପୂର୍ବପରି ଏଥର ମଧ୍ୟ ସେମାନେ ପାରମ୍ପାରିକ ବେଶ ପୋଷାକ ଓ ବାଦ୍ୟଯନ୍ତ୍ର ସହିତ ନିଜର ବନ୍ଧୁବାନ୍ଧବ ସହ ଆସି ଏକତ୍ରିତ ହୋଇଥିଲେ । ସେମାନେ ସ୍ୱାତୀଘାଟ ଠାରେ ଅସ୍ଥି ବିସର୍ଜନ କାର୍ଯ୍ୟ ସମ୍ପନ୍ନ କରିଥିଲେ । ତେବେ ଏହି ମେଳାରେ ଯୋଗ ଦେବା ପାଇଁ ହଜାର ହଜାର ଯାନବାହାନର ଭିଡ଼ ଜମିଥିଲା । ଅନ୍ୟାନ୍ୟ ସମସ୍ତ ବର୍ଗର ସ୍ଥାନୀୟ ଲୋକ,ଗଣମାଧ୍ୟମ ପ୍ରତିନିଧି, ଶ୍ରଦ୍ଧାଳୁମାନଙ୍କର ଉପସ୍ଥିତି ବି ଦେଖିବାକୁ ମିଳିଥିଲା । ଉକ୍ତ ମେଳାରେ ଶହ ଶହ ସଂଖ୍ୟାରେ ଅସ୍ଥାୟୀ ଦୋକାନ ବଜାର ବସି ଢେ଼ର କିଣାବିକା ଚାଲିଥିଲା । ଏହି ଅବସରରେ ଠାକୁରମୁଣ୍ଡାର “ମାରାଂବୁରୁ ସେଲଫ୍ ଫଣ୍ଡିଙ୍ଗ୍ ଆସୋସିଏସନ’ଦ୍ୱାରା ବିନା ମୂଲ୍ୟରେ ଖେଚୁଡ଼ିି ବଣ୍ଟନ କରାଯାଇଥିଲା । ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଲୋକମାନେ ସେମାନଙ୍କର ପାରମ୍ପରିକ ନୃତ୍ୟ ପରିବେଷଣ କରି ସ୍ଥାନଟିକୁ ଉତ୍ସବ ମୁଖର କରିଥିଲେ ।
ଏହି ମେଳାକୁ ବଡ଼ ବଡ଼ ରାଜନେତାଙ୍କ ଆଗମନ ମଧ୍ୟ ଦେଖିବାକୁ ମିଳିଥିଲା । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣକାରୀ ହୋଇଥିଲା । ସନ୍ଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଣି,କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ,କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ୍ ପହଞ୍ଚô ସମାବେଶକୁ ଉଦ୍ବୋଧନ ଦେଇ ଦାମୋଦର ଯାତ୍ରାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ମନ୍ତ୍ରୀ ସୁଦାମ ମାର୍ଣ୍ଣି ଆଦିବାସୀ ସଂସ୍କୃତି ବିକାଶ ପାଇଁ ସେ ବଦ୍ଧପରିକର ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ପ୍ରଦୁ୍ୟମ୍ନ କୁମାର ନାୟକ,ସମାଜସେବୀ ବସନ୍ତ କୁମାର ପୈବର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ଉତ୍ସାହିତ କରିବା ସହିତ ମାରାଂବୁରୁ କମିଟିର ଉଦ୍ୟମକୁ ପ୍ରଶଂସା କରିଥିଲେ । ଠାକୁରମୁଣ୍ଡା ଓ ମହୁଲଡିହା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ବହୁ ସଂଖ୍ୟାରେ ଯାନବାହାନ, ଲକ୍ଷ ଲକ୍ଷ ଲେଶକଙ୍କ ଆସିଥିଲେ ମଧ୍ୟ ଠିକ୍ ରୂପେ ଟ୍ରାଫିକ୍ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇପାରିବା ପ୍ରଂଶନୀୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
Comments are closed, but trackbacks and pingbacks are open.