ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

Get real time updates directly on you device, subscribe now.

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭୪ତମ ସ୍ୱାଧୀନତା ଦିବସ ପୂର୍ବ ସଂଧ୍ୟାରେ ଶୁକ୍ରବାର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମର ଅଗଣିତ ଦେଶପ୍ରେମୀଙ୍କୁ ରାଷ୍ଟ୍ରପତି ମନେପକାଇଥିବା ବେଳେ ମହାତ୍ମା ଗାନ୍ଧି ଆମ ସ୍ୱାଧୀନତା ସଂଗ୍ରାମର ମାର୍ଗଦର୍ଶକ ଥିବାରୁ ଭାରତୀୟ ଅତ୍ୟନ୍ତ ସୌଭାଗ୍ୟଶାଳୀ ବୋଲି କହିଛନ୍ତି।
ସ୍ୱାଧୀନତା ଦିବସକୁ ନେଇ ଦେଶବାସୀଙ୍କ ଉତ୍ସାହ ସ୍ୱଭାବିକ ବୋଲି କହିଛନ୍ତି ରାଷ୍ଟ୍ରପତି। ତେବେ ଚଳିତବର୍ଷ କରୋନା ଭାଇରସ ମହାମାରୀ ଲାଗି ନିରାଡମ୍ବର ସ୍ୱାଧୀନତା ଦିବସ ପାଳିତ ହେବ । ତେବେ ଏଥିଯୋଗୁ ଲୋକଙ୍କ ଉତ୍ସାହ ହ୍ରାସ ହେବ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି । କୋଭିଡ-୧୯ ମହାମାରୀ ସାରା ଦେଶକୁ ସ୍ଥାଣୁ କରିଦେଇଛି। ତେବେ ଭୂତାଣୁ ସଂକ୍ରମଣର ଭୟାବହତାକୁ ପୂର୍ବ ଆକଳନ କରି ସରକାର ଉଚିତ ସମୟରେ ପଦକ୍ଷେପ ନେବା ଯୋଗୁ ଅନେକ ଜୀବନ ରକ୍ଷା କରାଯାଇ ପାରିଥିବା ରାଷ୍ଟ୍ରପତି କହିଛନ୍ତି।ଦେଶର କରୋନା ଯୁଦ୍ଧର ଅଗ୍ରଭାଗରେ ରହି ସଂଗ୍ରାମ ଜାରି ରଖିଥିବା ଡାକ୍ତର, ନର୍ସ,ସ୍ୱାସ୍ଥ୍ୟ କର୍ମୀ, ପୋଲିସ କର୍ମଚାରୀ, ସଫାଇ କର୍ମଚାରୀଙ୍କୁ ରାଷ୍ଟ୍ରପତି ସ୍ୱାଧୀନତା ଦିବସର ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିବା ବେଳେ ସେମାନଙ୍କ କର୍ତ୍ତବ୍ୟ ଲାଗି ଦେଶ ସେମାନଙ୍କ ନିକଟରେ ଚିର ଋଣୀ ବୋଲି କହିଛନ୍ତି। ପୋଡାଶୀଙ୍କ ଯୋଗୁ ସୀମାରେ ଉପୁଜିଥିବା ପରିସ୍ଥିତିରେ ଗଲୱାନଘାଟିରେ ପ୍ରାଣବଳି ଦେଇଥିବା ବୀର ଜବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି। ସାରା ଦେଶ ସେମାନଙ୍କୁ ନମନ କରୁଥିବା ବେଳେ ସେମାନଙ୍କ ପରିବାର ପ୍ରତି କର୍ତ୍ତବ୍ୟ ବୋଧତା ରକ୍ଷା କରିବ ବୋଲି କହିଛନ୍ତି ରାଷ୍ଟ୍ରପତି। ସେହିପରି ରାଷ୍ଟ୍ରପତି ସଶସ୍ତ୍ରବଳ, ପୋଲିସ ଓ ଅର୍ଦ୍ଧସୈନିକ ବଳଙ୍କ ଲାଗି ଗର୍ବିତ ବୋଲି କହିଛନ୍ତି। ଯେଉଁମାନେ ଦେଶଭିତରେ ଅନ୍ତରୀଣ ଶାନ୍ତି କାୟମ ରଖିବାରେ ସଫଳ ହୋଇଛନ୍ତି ବୋଲି କହିଛନ୍ତି।
ସେହିପରି ରାଷ୍ଟ୍ରପତି ଆତ୍ମନିର୍ଭର ଭାରତ ସମ୍ପର୍କରେ ମଧ୍ୟ କହିଛନ୍ତି। ଏହା ଅର୍ଥ ନିଜକୁ ସକ୍ଷମ କରିବା ତେବେ ଏହାର ଅର୍ଥ ଆମେ ଦୂରତା ଅବଲମ୍ବନ କରିବା ନୁହେଁ ବୋଲି କହିଛନ୍ତି ରାଷ୍ଟ୍ରପତି। ସେହିପରି କୋଭିଡ-୧୯ରେ ସରକାରଙ୍କ ଲକଡାଉନରୁ ଦେଶକୁ ବାହାରକୁ ଆଣିବା ଲାଗି ଅନଲକ୍ ଉଦ୍ୟମ ଆରମ୍ଭ ହୋଇଥିବା ଓ ଏଥିରେ ଆମେ ସଫଳ ହେବା ବୋଲି ରାଷ୍ଟ୍ରପତି କହିଛନ୍ତି। ଅଭିଭାଷଣରେ ରାଷ୍ଟ୍ରପତି ସରକାରଙ୍କ ନୂଆ ଶିକ୍ଷାନୀତି ଓ ରାମଜନ୍ମଭୂମି ପ୍ରସଙ୍ଗରେ ନ୍ୟାୟପାଳିକାଙ୍କ ନିଷ୍ପତ୍ତି ସମ୍ପର୍କରେ ମଧ୍ୟ କହିଥିଲେ। ନୂଆ ଶିକ୍ଷାନୀତି ଦେଶର ଆଗାମୀ ପିଢୀଙ୍କ ସ୍ୱପ୍ନ ସାକାର ହେବବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଥିବା ବେଳେ ରାମଜନ୍ମଭୂମି ପ୍ରସଙ୍ଗରେ ସର୍ବୋଚ୍ଚନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ଯେଉଁଢଙ୍ଗରେ ଦେଶାସୀ ସ୍ୱୀକାର କରିଛନ୍ତି ତାହା କେବଳ ଭାରତରେ ସମ୍ଭବ ବୋଲି ରାଷ୍ଟ୍ରପତି କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons