ସ୍ୱାଧୀନତା ଦିବସ ପ୍ୟାରେଡ୍ରେ ମୁଖ୍ୟମନ୍ତ୍ରୀ କହିଲେ,ଅକ୍ଟୋବର ୨ରୁ ‘ମୋ ସରକାର’ କାର‌୍ୟକ୍ରମ, ସାଧାରଣଲୋକଙ୍କୁ ଆଜିଠୁ କରିବେ ଫୋନ୍

Get real time updates directly on you device, subscribe now.

ଭୁବନେଶ୍ବର : ଆଜି ଦେଶ ପାଳିଛି ୭୩ତମ ସ୍ବାଧିନତା ଦିବସ । ଭୁବନେଶ୍ବର ସ୍ଥିତ ପ୍ରଦର୍ଶନୀ ପଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିର ପିତା ମହାତ୍ମା ଗାନ୍ଧି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଡକ୍ଟର ହରେକୃଷ୍ଣ ମହତାବ ଏବଂ ବିଜୁ ପଟ୍ଟନାୟକ ପ୍ରମୁଖଙ୍କୁ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଯବାନମାନଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଧାରଣ ଲୋକ ଆମର କାର‌୍ୟକ୍ରମର କେନ୍ଦ୍ରବିନ୍ଦୁ । ସାଧାରଣ ଲୋକଙ୍କୁ ହକ୍ ଦେବା ପାଇଁ ୫-ଟିକୁ ଭିତ୍ତିକରି ସରକାର କାମ କରୁଛନ୍ତି । ଏଥିପାଇଁ ୫-ଟିକୁ ଭିତ୍ତିକରି ଆମେ ଆରମ୍ଭ କରୁଛୁ ମୋ ସରକାର କାର‌୍ୟକ୍ରମ । ଅକ୍ଟୋବର ୨ରୁ ଥାନା ଓ ହସ୍ପିଟାଲରେ ୫-ଟି ଲାଗୁ ହେବ । ଦ୍ବିତୀୟ ପର‌୍ୟାୟରେ ମାର୍ଚ୍ଚ ୫ ସୁଦ୍ଧା ୨୦୨୦ ସୁଦ୍ଧା ସବୁ ବିଭାଗ ଏହାକୁ କାର‌୍ୟକାରୀ କରିବ । ଫୋନ୍‌ ଯୋଗେ ଲୋକଙ୍କ ସହ ସେ ନିଜେ କଥା ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ବି ଲୋକଙ୍କ ସହ କଥା ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଓଡିଶାର ସବୁ ଗାଁରେ ବିଜୁଳି ପହଞ୍ଚିଛି । ଯଦି କାହା ଘରକୁ ବିଦ୍ୟୁ ଯାଇନାହିଁ ତେବେ ସେମାନେ ପଞ୍ଚାୟତରେ ଦରଖାସ୍ତ ଦିଅନ୍ତୁ । ୪୮ଘଣ୍ଟା ମଧ୍ୟରେ ବିଜୁଳି ସଂଯୋଗ ଦିଆଯିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହିସବୁ କାର‌୍ୟକ୍ରମ ସରକାର ଓ ଲୋକଙ୍କ ସଂପର୍କକୁ ମଜଭୁତ କରିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons