ସ୍ୱାଧୀନତା ଦିବସ ସମାରୋହ ସ୍ଥାନ ପରିବର୍ତ୍ତନ ପ୍ରସଙ୍ଗ:ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ: ବିଜେପି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍କୁ ନେଇ ତେଜିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ଚଳିତବର୍ଷ ପରେଡ୍ ପଡ଼ିଆ ବଦଳିବା ସହ ଗଣପରେଡ୍ ବନ୍ଦ ହେବା ନେଇ ପ୍ରଶ୍ନ ଉଠାଇଛି ବିଜେପି । ଘେରିଛି ରାଜ୍ୟ ସରକାରଙ୍କୁ । ଜବାବ ମାଗିଛି ସିଧା ମୁଖ୍ୟମନ୍ତ୍ରୀଙ୍କୁ । କ’ଣ ପାଇଁ ପରେଡ୍ ପଡ଼ିଆ ବଦଳିଲା? ଗଣପରେଡ୍ କାହିଁକି ବନ୍ଦ ହେଲା? ମୁଖ୍ୟମନ୍ତ୍ରୀ ଏ ନେଇ ରାଜ୍ୟବାସୀଙ୍କୁ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବିଜେପି କହିଛି ।
ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନ ହେବା ପରଠୁ ଦେଶର ସମସ୍ତ ରାଜ୍ୟରେ ସ୍ୱାଧୀନତା ଦିବସ ପାଳନ କରାଯାଏ । ରାଜ୍ୟର ରାଜଧାନୀ ଭୁବନେଶ୍ୱର ମଧ୍ୟ ପ୍ରତିବର୍ଷ ସ୍ୱାଧୀନତା ଦିବସ ପାଳନ କରାଯାଇଥାଏ । ପୁଲିସ, ସିଭିଲ୍ ଡିଫେନ୍ସ, ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ଦ୍ୱାରା ଗଣ ପରେଡ୍ ପ୍ରଦର୍ଶନ କରାଯାଏ । କିନ୍ତୁ ଚଳିତବର୍ଷ କୌଣସି କାରଣ ନଥାଇ ଗଣପରେଡକୁ ରାଜ୍ୟ ସରକାର ବନ୍ଦ କରିଛନ୍ତି । ଏହାସହ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ସ୍ଥାନକୁ ବି ପରିବର୍ତ୍ତନ କରିଛନ୍ତି । ଏହି ନିଷ୍ପତ୍ତି ନିନ୍ଦନୀୟ । ରାଜ୍ୟ ସରକାର ବିଗତ ୭୨ ବର୍ଷ ଧରି ଚାଲୁଥିବା ପରମ୍ପରାକୁ ଭାଙ୍ଗିବା ଦୁର୍ଭାଗ୍ୟଜନକ । କେଉଁ କାରଣ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି? ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ରଖନ୍ତୁ । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ବିଭୁ ତରାଇ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons